ୟେଦୁରାପ୍ପା ଅଗ୍ନୀ ପରୀକ୍ଷା : ୪ଟା ବହୁମତରେ ପାସ ହେବେ ତ ?

0

କର୍ଣ୍ଣାଟକରେ ବିଜେପି ୧୦୪ ଆସନରେ ବିଜୟ କରିଛି । ସରକାର ଗଠନ କରିବାକୁ ୟେଦୁରାପ୍ପାକୁ ଆବଶ୍ୟକ ୧୧୨ ବିଧାୟକ । ତେବେ କେଉଁଠୁ ଆସିବେ ଆଉ ୮ ଜଣ ବିଧାୟକ । ଏ ଚିନ୍ତା ଏବେ ଘାରିଛି ବିଜେପି ଓ ୟେଦୁରାପ୍ପାଙ୍କୁ । ସେପଟେ କର୍ଣ୍ଣାଟକରେ କଂଗ୍ରେସ ୭୮ ଟି ଆସନ ଓ ଜେଡ଼ିଏସ ୩୮ଟି ଆସନରେ ବିଜୟ କରିଛନ୍ତି । ଏହାସହ କଂଗ୍ରେସ ଓ ଜେଡ଼ିଏସ ମେଣ୍ଟ ମିଶି ୧୧୬ ସିଟ । ଯେତେବେବେଳେ କି ମ୍ୟାଜିକ ନମ୍ବର ୧୧୨ । କଂଗ୍ରେସ ଓ ଜେଡିଏସର କେତେକ ବିଧାୟକ ବିଜେପି ସହ ସଂପର୍କରେ ରହିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଦୁଇ କଂଗ୍ରେସ ବିଧାୟକଙ୍କ ନାମ ପଦାକୁ ଆସିଥିବା ବେଳେ ଆଉ ୬ କଂଗ୍ରେସ ବିଧାୟକ କିଏ ତାହା ଜଣାପଡ଼ୁନାହିଁ । ଖାଲି କଂଗ୍ରେସ ନୁହେଁ, ଜେଡିଏସର ମଧ୍ୟ ଦୁଇ ବିଧାୟକ ବିଜେପିକୁ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ସତରେ ସେମାନେ ବିଜେପି ସହ ସଂପର୍କରେ ଅଛନ୍ତି ନା ଜାଣିଶୁଣି ବିଜେପି ପକ୍ଷରୁ ଏଭଳି ଗୁଜବ ସୃଷ୍ଟି କରାଯାଇଛି ତାହା ରାଜନୈତିକ ମହଲରେ ଆଲୋଚନା ହେଉଛି । ଅପରାହ୍ନ ୪ଟାରେ କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଲୋଡ଼ିବାକୁ ଅର୍ଥାତ ବହୁମତ ସାବ୍ୟସ୍ତ କରିବା ପାଇଁ ସୁପ୍ରିମକୋର୍ଟ ୟେଦୁରାପ୍ପା ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ପୂର୍ବରୁ ରାଜ୍ୟପାଳ ଏଥିପାଇଁ ୧୫ଦିନ ସମୟ ଦେଇଥିଲେ । ତେବେ ସୋମବାର ଆସ୍ଥା ଲୋଡ଼ିବା ପାଇଁ ବିଜେପି ସୁପ୍ରିମ୍କୋର୍ଟଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ତାହାକୁ ଗ୍ରହଣ କରିନାହାନ୍ତି । ଫଳରେ ବିଜେପିକୁ ସାମାନ୍ୟ ଝଟକା ଲାଗିଛି ବୋଲି କୁହାଯାଇପାରେ । କର୍ଣ୍ଣାଟକରେ ବିଜେପି ସରକାର ଭାଙ୍ଗୀବାର ଯଥେଷ୍ଟ ସମ୍ଭାବନା ଥିବାରୁ ବିଜେନି ଦିନରାତି ଏକ କରି ଗାଦି ବଂଚାଇବା ଲାଗି ଲାଗିପିଡ଼ିଛି । ଅନ୍ୟପଟେ କଂଗ୍ରେସ ଓ ଜେଡ଼ିଏସକୁ ଘାରିଛି ନିଜ ବିଧାୟକ ଚିନ୍ତା । କାଳେ ଟଙ୍କା ଓ ପଦବୀ ଲୋଭରେ ବିଜେପି ପ୍ରତି ଆକୃଷ୍ଟ ହୋଇଯିବେ ସେ ନେଇ ଉଭୟ ଦଳ ନିଜ ନିଜ ବିଧାୟକଙ୍କ ଉପରେ କଡ଼ା ନଜର ରଖିଛନ୍ତି । ତେବେ ୪ଟା ବେଳେ ସବୁ କଥା ସ୍ପଷ୍ଟ ହୋଇଯିବ । ଆଉ ଜଣାପଡ଼ିବ ଗଣତନ୍ତ୍ରର ଅଗ୍ନପରୀକ୍ଷାରେ କିଏ ଜିତୁଚି ଓ କିଏ ହାରୁଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More