ଆସୁଛି Yamaha RX100; ଆକର୍ଷଣୀୟ ଡିଜାଇନ୍ ସହ ସୁନ୍ଦର ମାଇଲେଜ୍ !

0

ନୂଆଦିଲ୍ଲୀ: ବଜାରକୁ ଫେରୁଛି ୟାମାହାର ଆରଏକ୍ସ୧୦୦ ବାଇକ୍ । ଯୁବପିଢ଼ିଙ୍କୁ ବେଶ ପସନ୍ଦ ଥିବା ୟାମାହାର ଏହି ବାଇକ୍ ପୁଣି ବଜାରକୁ ନୂଆ ଲୁକରେ ପ୍ରବେଶ କରିବାକୁ ଯାଉଛି । ପୂର୍ବରୁ ଏହା ଭାରତରେ ଉପଲବ୍ଧ ହେଉଥିବା ବେଳେ ଏବେ କିନ୍ତୁ ବଜାରରେ ଆଉ ୟାମାହାର ଆରଏକ୍ସ୧୦୦ ଉପଲବ୍ଧ ହେଉନାହିଁ । ୟାମାହାର ଏହି ବାଇକର ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନୀ ପୁଣି ଥରେ ଏହାକୁ ବଜାରକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି ।
ୟାମାହାର ଚେୟାରମ୍ୟାନ ଇଶିନ୍ ଚିହାନା ୟାମାହା ଆରଏକ୍ସ୧୦୦କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ୟାମାହାର ଆରଏକ୍ସ୧୦୦ ବାଇକ୍ ଖୁବଶୀଘ୍ର ବଜାରକୁ ଫେରିବ । କମ୍ପାନୀ ତରଫରୁ ଏହାକୁ ପୁଣି ଥରେ ବଜାରକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି । ଏହାର ଡିଜାଇନ୍, ଶବ୍ଦ ଏବଂ ମାଇଲେଜ ପାଇଁ ଏହି ବାଇକ୍ ଭାରତୀୟଙ୍କ ଲୋକପ୍ରିୟ ହୋଇରହିଛି । ଏହା ବ୍ୟତୀତ ଆସିବାକୁ ଥିବା ନୂଆ ୟାମାହାର ଆରଏକ୍ସ୧୦୦ ବାଇକରେ ଏକ ବଡ ଇଞ୍ଜିନ୍ ବ୍ୟବହାର କରାଯିବା ନେଇ ବିଚାର କରାଯାଉଥିବା କହିଛନ୍ତି ୟାମାହା ଇଣ୍ଡିଆର ଚେୟାରମ୍ୟାନ୍ ।

ଇଶିନ୍ ଚିହାନା ଅହୁରି ସ୍ପଷ୍ଟ କରି କହିଛନ୍ତି ଯେ, ନୂଆ ୟାମାହାର ଆରଏକ୍ସ୧୦୦ରେ ୧୦୦ସିସି ଇଞ୍ଜିନ ରହିବ ନାହିଁ । ଏଥିରେ କେଉଁ ଇଞ୍ଜିନ ରହିବ ତାହା ସ୍ପଷ୍ଟ ହୋଇନାହିଁ । ୧୨୫ ସିସି ଇଞ୍ଜିନ୍ କିମ୍ବା ୧୫୦ସିସି ଇଞ୍ଜିନ୍ ବ୍ୟବହାର ହେବ ବୋଲି ଅଧିକ ଆଶା କରାଯାଉଛି । ୟାମାହାର ଏହି ନୂଆ ଆରଏକ୍ସ୧୦୦ ବାଇକ୍ ବର୍ତ୍ତମାନ ବଜାରରେ ପ୍ରବେଶ କରିବା ନେଇ କୌଣସି ଯୋଜନା ନଥିବା ବେଳେ ଏହା ୨୦୨୬ ସୁଦ୍ଧା ଲଞ୍ଚ ହୋଇପାରେ ବୋଲି କୁହାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More