ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ତାଲିକା : ପୁଣି ୧ ନମ୍ୱର ସ୍ଥାନକୁ ଫେରିଲେ ବିଲ ଗେଟସ

0

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟସ ପୁଣି ଥରେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ତାଲିକାରେ ୧ ନମ୍ୱର ସ୍ଥାନ ପାଇଛନ୍ତି I ୨୦୧୮ରେ ଆମଜନର ପ୍ରତିଷ୍ଠାତା ଜେଫ ବେଜୋସ ମୋଟ ସମ୍ପତ୍ତି ୧୬୦୦୦ କୋଟି ଡ଼ଲାର ହୋଇଥିଲା, ଯାହାଫଳରେ ସେ ବିଲ ଗେଟସଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ତାଲିକାରୁ ହଟାଇ ସେ ୧ ନମ୍ୱର ସ୍ଥାନ ପାଇଥିଲେ I ସୂଚନାଯୋଗ୍ୟ ୨୦୧୮ ପୂର୍ବରୁ ବିଲ ଗେଟସ କ୍ରମାଗତ ୨୪ ବର୍ଷ ପର୍ଯ୍ୟନ୍ତ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବେ ରହିଥିଲେ I ଚଳିତ ବର୍ଷ ଏପ୍ରିଲ ମାସରେ ବେଜୋସଙ୍କ ପତ୍ନୀ ମ୍ୟାକେଞ୍ଜି ବେଜୋସଙ୍କୁ ସେ ଛାଡପତ୍ର ଦେଇଛନ୍ତି I କ୍ଷତିପୂରଣ ବାବଦକୁ ତାଙ୍କୁ ୩୬୦୦ ବିଲିୟନ ଡ଼ଲାର ଦେବାକୁପଡିଛି I ଫଳରେ ବେଜୋସଙ୍କ ମୋଟ ସମ୍ପତ୍ତି ହ୍ରାସ ପାଇଏବେ ୧୦୩୯୦ କୋଟି ଡ଼ଲାର ହୋଇଛି I ଅନ୍ୟପକ୍ଷରେ ବିଲ ଗେଟସଙ୍କ ମୋଟ ସମ୍ପତ୍ତି ୧୦୫୭୦ କୋଟି ଡ଼ଲାର ହୋଇଥିବାରୁ ସେ ଶୀର୍ଷ ସ୍ଥାନକୁ ଫେରିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More