ଆଜି ଡିସେମ୍ବର ୧ ବିଶ୍ୱ ଏଡସ ଦିବସ

0

ଭୁବନେଶ୍ୱର : ଆଜି ଡିସେମ୍ବର ୧ ବିଶ୍ୱ ଏଡସ ଦିବସ । ଏଡସ ରୋକିବା ଲାଗି ବିଶ୍ୱ ସମୁଦାୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ବେଳେ ୨୦୩୦ ମସିହା ସୁଦ୍ଧା ରାଜ୍ୟରୁ ଏଡ଼ସ୍‌ ସଂକ୍ରମଣକୁ ମୂଳୋତ୍ପାଟନ କରିବା ପାଇଁ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ)ଉଦ୍ୟମ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଏଡ୍‌ସର କୌଣସି ସ୍ଥାୟୀ ପ୍ରତିକାର ବାହାରି ପାରିନି । ସଚେତନତା ଓ ସଂଯମତାରୁ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ । ତେବେ ଚିନ୍ତାର କଥା ହେଉଛି ଆମ ରାଜ୍ୟରେ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଆର୍ଥିକ ଅନଗ୍ରସର । ଏଚ୍‌ଆଇଭି ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ପ୍ରବାସୀ ଓଡ଼ିଆ ଓ ତାଙ୍କ ପରିବାର ରହିଛନ୍ତି । ଚଳିତବର୍ଷ ରାଜ୍ୟରେ ୨,୯୬୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୫୨୮ଜଣ ଥିବାବେଳେ ଅବଶିଷ୍ଟ ଅନ୍ୟ ଜିଲାରୁ ଚିହ୍ନଟ କରାଯାଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୫ରୁ ୪୯ ବର୍ଷ ବୟସର ୭୬% ଆକ୍ରାନ୍ତ ରହିଥିବା ବେଳେ ୧୦% ରହିଛନ୍ତି ୧୫ରୁ ୨୪ ବର୍ଷ ବୟସର ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More