ନ୍ୟୁୟର୍କରେ ନଅବର୍ଷର ବାଳିକା ୧୭ ଦିନ ପର୍ଯ୍ୟନ୍ତ ସମ୍ପର୍କୀୟଙ୍କ ଦ୍ୱାରା ମାଟି ତଳେ ହୋଇଥିଲା ଦୁଷ୍କର୍ମ ଶିକାର

0

ନ୍ୟୁୟର୍କରେ ବସବାସ କରୁଥିବା ଜଣେ ୩୪ବର୍ଷର କେଟି ବିୟର୍ସଙ୍କ ଅତିତ କଥା । ଯାହାକୁ ଶୁଣିଲେ ଲୋକଙ୍କର ଲୋମମୂଳ ଟାଙ୍କୁରି ଉଠିବ । ଘଟଣାଟି ହେଲା,ନ୍ୟୟୁର୍କରେ ବସବାସ କରୁଥିବା କେଟିଙ୍କୁ ଯେତେବେଳେ ୯ବର୍ଷ ହୋଇଥିଲା ସେତେବେଳେ ସେ ଦୁଷ୍କର୍ମର ଶିକାର ହୋଇଥିଲେ । ତାହା ପୁଣି ଦିନେ କି ଦୁଇ ଦିନ ନିହେଁ,ଲଗାତାର ୧୭ଦିନ ଧରି ସେ ଦୁଷ୍କର୍ମର ଶିକାର ହୋଇଥିଲେ । କେଟି ଏକ ରେଡିଓ ଚାନେଲରେ ସାକ୍ଷାତକାର ଦେଇ ତାଙ୍କ ପିଲା ଦିନର ସେହି କାଳରାତ୍ରି ସମ୍ପର୍କରେ କହନ୍ତି – ୧୯୯୨ ମସିହାର କଥା,ସେତେବେଳକୁ ମୋତେ ୯ବର୍ଷ ହୋଇଥାଏ । କିଛିଦିନ ପରେ ମୋର ଜନ୍ମ ଦିନ ଥାଏ । ସେହି ଜନ୍ମ ଦିନ ପାଇଁ ମୋର ସମ୍ପର୍କୀୟ ମୋତେ କିଛି ଉପହାର କିଣାଇ ଦେବେ ବୋଲି କହିଥିଲେ । ସେତେବେଳକୁ ମୁଁ ପିଲା ଥିବାରୁ ସେମାନଙ୍କ ହାବଭାବକୁ ଜାଣିପାରୁନଥିଲି । ମୋର ଜନ୍ମ ଦିନ ପାଖେଇ ଆସୁଥିବାରୁ ମୁଁ ସେମାନଙ୍କ ସହିତ ଉପହାର କିଣିବାକୁ ଦୋକାନକୁ ଯାଇଥିଲି । ସେଠାରୁ ସେମାନେ ମୋତେ ଅପହରଣ କରି ଏକ ୧୦ ଫୁଟର ସୁଢଙ୍ଗ ଭିତରକୁ ନେଇଯାଇଥିଲେ । ଘନ ଅନ୍ଧାର ଭିତରେ ସେମାନେ ମୋ ଗୋଡ ଓ ହାତକୁ ଏକ ଝଞ୍ଜିରରେ ବାନ୍ଧି ଦେଇଥିଲେ । ଏହା ପରେ ସେହି ଦିନଠାରୁ ଆରମ୍ଭ କରି ୧୭ ଦିନ ପର୍ଯ୍ୟନ୍ତ ସେହି ୧୦ ଫୁଟର ସୁଢଙ୍ଗ ଭିତରେ ମୋ ସମ୍ପର୍କୀୟମାନେ ଦୁଷ୍କର୍ମ କରି ଆସୁଥିଲେ । ସେଠାରେ ମୁଁ ଯେତେ ଚିତ୍କାର କଲେ ମଧ୍ୟ ମୋର ସ୍ୱର ବାହାରକୁ ଶୁଣା ଯାଉନଥିଲା । ୧୭ଦିନ ହେଲା ପରେ ସେମାନେ ମୋତେ ସେଠାରୁ ବାହାର କରି ଫେରାର ହୋଇଯାଇଥିଲେ । ମୁଁ ସେତେବେଳେ ଏହି ଘଟଣା ବିଷୟରେ କାହାକୁ କିଛି ମଧ୍ୟ କହି ପାରୁନଥିଲି । ଏବେ ବି ମଧ୍ୟ ସେ ଦିନର ଘଟଣା ମୋର ମନେ ପଡିଲେ ‘ଆଜି ବି ମୋ ପାଦ ତଳୁ ମାଟି ଖସିିଗଲା ପରି ଲାଗେ’ । ଧୀରେ ଧୀରେ ମନକୁ ଦୃଢ କରି, ସେଦିନର ଘଟଣାକୁ ଖରାପ ସ୍ୱପ୍ନ ଭାବି ଭୁଲିବାକୁ ଲାଗିଲି । ଏବେ ମୋ ବିବାହ ହୋଇସାରିଛି । ଆଉ ମୁଁ ଏବେ ଦୁଇଟି ସନ୍ତାନର ଜନନୀ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More