ମହିଳା ସଶକ୍ତିକରଣରରେ ନବୀନଙ୍କ ଭୂମୀକା

0

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ମହିଳା ଦିବସ I ଏହି ଦିବସକୁ ଧୁମଧାମରେ ପାଳନ କରାଯାଉଛି I ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଓ ଅଧିକ ଗୁରୁତ୍ୱ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସାରାକର ନାନା ଯୋଜନା କରୁଛନ୍ତି I ତେବେ ଭାରତ ଓ ରାଜ୍ୟ ରାଜନୀତିରେ କିଛି ଚର୍ଚ୍ଚିତ ମହିଳାଙ୍କୁ ନେଇ ଆମର ଏଇ ରିପୋର୍ଟ I ଓଡିଶା ରାଜନୀତିରେ ୮୦ ଦଶକରେ ମହିଳାଙ୍କର ଯେତେଟା ଦବଦବା ନଥିଲା ଏବେ ଓଡିଶା ରାଜନୀତିରେ ମହିଳାଙ୍କୁ ଦିଆଯାଉଛି ବିଶେଷ ଗୁରୁତ୍ୱ I ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ପ୍ରଥମ ଥର ଲାଗି ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ପଞ୍ଚାୟତ ସ୍ଥରରେ ୩୩% ପ୍ରତିଶତ ସରଣକ୍ଷଣ ବ୍ୟବସ୍ଥା କରାଯାଇଥିଲା I ୨୦୧୧ ରେ ତାଙ୍କ ପୁଅ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ୫୦% ପ୍ରତିଶତକୁ ବୃଦ୍ଧି କରିଥିଲେ I ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ଟିକେଟ ବଣ୍ଟନରେ ନବୀନ ମହିଳାଙ୍କୁ ବେଶୀ ଗୁରୁତ୍ୱ ଦେଇଥିଲେ I ଯାହା ଫଳସ୍ୱରୂପ ବିଧାନସଭାରେ ୧୫ ଜଣ ମହିଳା ବିଧାୟିକା ହୋଇଛନ୍ତି I ସେହିପରି ଲୋକସଭାରେ ବିଜେଡି ୨୧ ଟି ଆସନରୁ ୮ ଜଣ ମହିଳଙ୍କୁ ଟିକେଟ ଦେଇଥିଲା I ନବୀନଙ୍କ ଲୋକପ୍ରିୟତାକୁ ଆଧାର କରି ପ୍ରଥମ ଥର ଲାଗି ଓଡିଶାରୁ ୭ ଜଣ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି I ଏହି ୭ ଜଣ ମହିଳାଙ୍କ ଭିତରୁ ସବୁଠୁ ଚର୍ଚିତ ଥିଲେ ସ୍ୱୟଂ ସହାୟକ ଗୋଷ୍ଟିର ପ୍ରତୀକ ପ୍ରମିଳା ବିଶୋୟୀ I କିଭଳି ଭାବରେ ନବୀନ ପ୍ରମିଳାଙ୍କୁ ଆଣିଲେ ଓ ତାଙ୍କୁ ଟିକେଟ ଦେଇ ଲୋକସଭା ପଠାଇଲେ ତାହା ମଧ୍ୟ ସେତବେଳେ ଚର୍ଚାରେ ଥିଲା I ପୁଣି ଗତକାଲି ୪ଟି ରାଜ୍ୟସଭା ଆସନରୁ ଗୋଟିଏ ମହିଳାଙ୍କୁ ଟିକେଟ ଦେଇଛନ୍ତି ନବୀନ I ଓଡିଶା ରାଜନୀତିରେ ସବୁବେଳେ ଉପେକ୍ଷିତ ହେଉଥିବା ମହିଳା ମାନଙ୍କୁ ଏବେ ନବୀନ ଗୁରୁତ୍ବ ଦେଇଛନ୍ତି I ଯେଉଁଥି ପାଇଁ ୨ଜଣ ମହିଳାଙ୍କୁ ନବୀନ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇଛନ୍ତି I କେବଳ ସେତିକି ନୁହେଁ ପଶ୍ଚିମ ଓଡ଼ିଶାର ସବୁଠାରୁ ଚର୍ଚିତ ଜିଲ୍ଲା ବଲାଙ୍ଗିରର ଜିଲ୍ଲା ସଭାପତି ମନ୍ତ୍ରୀ ଟୁକୁନି ସାହୁଙ୍କୁ କରାଯାଇଛି I ୧୯୩୬ ରୁ ୨୦୨୦ ପର୍ଯ୍ୟନ୍ତ ଜଣେ ମାତ୍ର ମହିଳା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପତି ରାଜ୍ୟର ଭରା ସମ୍ଭାଳିଥିଲେ I ତାଙ୍କ ପରଠାରୁ ଯେତେ ଯୋଗ୍ୟତା ଥିଲେ ମଧ୍ୟ କେହି ମହିଳା ରାଜ୍ୟର ନେତୃତ୍ୱ ନେଇନାହାନ୍ତି ବା ମୁଖ୍ୟମନ୍ତ୍ରୀ ଭାର ନେଇ ନାହାନ୍ତି I କେବଳ ସେତକୀ ନୁହେଁ ଓଡିଶା ବିଧାନସଭା ଇତିହାସରେ ମଧ୍ୟ କୌଣସି ମହିଳାଙ୍କୁ ବାଚସ୍ପତି କରାଯାଇନାହିଁ I କିନ୍ତୁ ନବୀନ ଧୀରେ ଧୀରେ ଏହି ଟ୍ରେଣ୍ଡ କୁ ଭାଙ୍ଗିଲେଣି I ଅନ୍ତର୍ଜାତୀୟ ମହିଳା ଦିବସରେ ନବୀନ ମହିଳାମାନେ କିପରି ଆହୁରି ଆଗକୁ ଯିବେ ଓ ପ୍ରତିଷ୍ଠିତ ହେବେ ତାକୁ ଫୋକସ କରିଛନ୍ତି I ଯେଉଁଥି ପାଇଁ ସେ ତାଙ୍କ ଦଳରେ ମହିଳା ମାନଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି I ଅନେକ ଯୋଜନା ବି ମହିଳା ମାନଙ୍କ ପାଇଁ ନବୀନ କରିଛନ୍ତି I ଯେଉଁଥି ପାଇଁ ମହିଳା ଭୋଟରମାନେ ଅଧିକ ମାତ୍ରାରେ ବିଜୁ ଜନତା ଦଳ ସପକ୍ଷରେ ଯାଉଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More