ଟୋକିଓ : ଜାପାନର ଉତ୍ତରାଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ୧୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୦ଜଣ ଆହତ ହୋଇଛନ୍ତି। ତୁଷାରପାତ ଯୋଗୁଁ ଶହଶହ ଲୋକ ବିଦ୍ୟୁତ୍ ଯୋଗାଣରୁ ବଞ୍ଚିତ ହୋଇଛନ୍ତି। ସେହିପରି ହଜାର ହଜାର ଯାନବାହନ ରାସ୍ତାରେ ଅଟକି ରହିଛି। ଏହାଦ୍ବାରା ଦେଶରେ ଯୋଗାଣ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରବଳ ତୁଷାରପାତକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଲୋକଙ୍କ ସତର୍କତା ଜାରି କରିଛି। ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି। ଉତ୍ତର ଟୋକିଓରେ ୩ଫୁଟ ଉଚ୍ଚର ତୁଷାର ଜମି ରହିଥିବା ଦେଖିବାକୁ ମିଳିଛି।