ଆସନ୍ତାକାଲିଠୁ ବଢ଼ିବ ବର୍ଷା |

0

ଭୁବନେଶ୍ବର: ଦକ୍ଷିଣ ଝାଡଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ମଙ୍ଗଳବାର ଭୁବନେଶ୍ବରରେ ୨୦.୮ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ କଟକରେ ୧୬.୮ମିମି ବର୍ଷା ହୋଇଛି। ଏଥିସହିତ ପାରାଦ୍ବୀପ, ବାରିପଦା, ଝାରସୁଗୁଡା, ସମ୍ବଲପୁର, ହୀରାକୁଦ, ବଲାଙ୍ଗୀର, ଯାଜପୁର, ଢେଙ୍କାନାଳ, ବରଗଡ ଏବଂ କେନ୍ଦ୍ରାପଡାରେ ବର୍ଷା ହୋଇଛି। ଆସନ୍ତାକାଲି (ଗୁରୁବାର)ରୁ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପ୍ରାକ୍ତନ ନିର୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ନାହିଁ; କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖରେ ଅଧିକ ବର୍ଷା ହେବାର ସଙ୍କେତ ଦେଖାଉ ଥିବାବେଳେ ୨୬ ଓ ୨୭ ତାରିଖରୁ ବର୍ଷାର ପରିମାଣ କମିବାର ଆଶଙ୍କା ରହିଛି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More