ସବୁ ଅପେକ୍ଷାର ଅନ୍ତ ! ଏଣିକି ହ୍ବାଟସଆପରେ ଚାଟିଂ କରି ବ୍ୟାଙ୍କ ଆଗରେ ଲାଇନ ଲଗାଇ ଛିଡା ହେବାକୁ ପଡିବନି । ଏବେ ଘରେ ବସି ହ୍ବାଟସଆପରେ ଚାଟ କରନ୍ତୁ ଏବଂ ହ୍ବାଟସଆପରେ ପଠାନ୍ତୁ ଟଂକା । ବହୁଦିନ ଧରି ହ୍ବାଟସଆପ ଏହି ସୁବିଧା ତାର ସମସ୍ତ ହ୍ବାଟସଆପ ବ୍ୟବହାରକାରୀଙ୍କୁ ଯୋଗାଇବ ବୋଲି ଘୋଷଣା କରିଥିଲା । ‘ହ୍ଵାର୍ଟସ୍ଆପ୍’ର ଏହି ‘ପେମେଣ୍ଟ୍ ଅପ୍ସନ୍’ ଭାରତର ‘ପେଟିଏମ୍’କୁ କଡ଼ାକଡ଼ି ଟକ୍କର ଦେବ ବୋଲି ବି ଆଶା କରାଯାଉଛି ।
ମେସେଜିଙ୍ଗ୍ ଆପ୍ ‘ହ୍ଵାର୍ଟସ୍ଆପ୍’ ତାହାର ଭିଟାଭର୍ସନ ୨.୧୮.୩୯ ଲାଗି ପେମେଂଣ୍ଟ୍ କରିବାର ବିକଳ୍ପକୁ ବାହାର କରିଛି। ବର୍ତ୍ତମାନ ଏହି ଫିଚର୍ସର ବ୍ୟବହାର କେତେକ ବଛାବଛା ଉପଭୋକ୍ତାଙ୍କ ଲାଗି କାର୍ଯ୍ୟକାରୀ ହେଉଥିବାବେଳେ ବହୁତଶୀଘ୍ର ଏହା ସାଧାରଣ ଲୋକଙ୍କ ଲାଗି କାର୍ଯ୍ୟକାରୀ ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି।