ଏୟାରସେଲ-ମାକ୍ସିସ ମାମଲାରେ ବାପ ଓ ପୁଅଙ୍କୁ ମିଳିଲା ଜାମିନ

0

ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଏବଂ ତାଙ୍କ ପୁଅ କୀର୍ତ୍ତି ଚିଦାମ୍ବରମଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଅଗ୍ରୀମ ଜାମିନ ମଞୀୁରି କରିଛି । ଗତ କିଛି ଦିନ ହେବ ବାପ-ପୁଅ ଦୁହେଁ ଏୟାରସେଲ-ମାକ୍ସିସ ମାମଲାରେ ସିବିଆଇଙ୍କ ଦ୍ୱାରା ଗିରଫ ହୋଇଥିଲେ । ଏବେ ଦୁହିଁଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଅଗ୍ରୀମ ଜାମିନ ପ୍ରଦାନ କରିବା ପରେ ପି.ଚିଦାମ୍ବରମଙ୍କ ପୁଅ କୀର୍ତ୍ତି ଚିଦାମ୍ବରମ ଏକ ଟ୍ୱିଟରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟରରେ କହିଛନ୍ତି “କିଛି ତ ଆମେ ଜିତିଲୁ” । ସେପଟେ ବାପ-ପୁଅଙ୍କୁ ଜାମିନ ନ ଦେବାକୁ ଇଡି ନିବେଦନ କରିଛି । ଏନେଇ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଉଭୟ ବାପ-ପୁଅଙ୍କ ବେଲକୁ ସୁପ୍ରିମ କୋର୍ଟ ଖାରଜ କରିଥିବାର କିଛି ଘଣ୍ଟା ପରେ ଦିଲ୍ଲୀ କୋର୍ଟ ଏହି ରାୟ ଶୁଣାଇଛନ୍ତି । ମୁଚାଲିକାରେ ଉଭୟଙ୍କୁ ବ୍ୟକ୍ତିଗତ ୧ଲକ୍ଷ ଟଙ୍କାର ଜାମିନ ପ୍ରଦାନ କରାଯିବା ସହିତ ତଦନ୍ତରେ ସାହାର୍ଯ୍ୟ କରିବାକୁ ସ୍ୱତନ୍ତ୍ର ବିଚାରପତି ଓପି ସାଇନି ଉଭୟଙ୍କୁ୩ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଦିଲ୍ଲୀରେ ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିବା ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଏବଂ ତାଙ୍କ ପୁଅ କୀର୍ତ୍ତି ଚିଦାମ୍ବରମଙ୍କୁ କୌଣସି ପ୍ରକାରର ପ୍ରମାଣ ଯେମିତି ପ୍ରଭାବିତ ନ ହୁଏ ସେଥିପାଇଁ ଧ୍ୟାନ ଦେବାକୁ ସ୍ୱତନ୍ତ୍ର ବିଚାରପତି ଓପି ସାଇନ କହିଛନ୍ତି । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଜି ପ୍ରଥମେ ସୁପ୍ରିମ କୋର୍ଟ ପି.ଚିଦାମ୍ବରମଙ୍କୁ ଅଗ୍ରୀମ ଜାମିନ ଦେବାକୁ ମନା କରିଦେବା ସହିତ ତଳ କୋର୍ଟରେ ଜାମିନ ପାଇଁ ଆବେଦନ କରିବାକୁ କହିଥିଲେ । ସୂଚନା ଅନୁଯାୟୀ, ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ୨୦୦୬ ମସିହାରେ ଅର୍ଥମନ୍ତ୍ରୀ ଥିବାବେଳେ ବେଆଇନ ଭାବରେ ଏୟାରସେଲ-ମାକ୍ସିସ ଡିଲକୁ ମଞୀୁରି ଦେଇଥିଲେ । ଯେଉଁଥି ପାଇଁ ପି.ଚିଦାମ୍ବରମ ଆର୍ଥିକ ଲାଭ ପାଇଥିଲେ ବୋଲି ଇଡି କହିଛନ୍ତି । ଏ ନେଇ ସମସ୍ତ ପ୍ରମାଣ ମଧ୍ୟ ରଖିଛି ବୋଲି ଇଡି ପ୍ୁର୍ବରୁ କହିସାରିଛି । ବାପ-ପୁଅଙ୍କ ଜାମିନ ପ୍ରଦାନ କଲେ ପ୍ରମାଣ ନଷ୍ଟ କରିଦେବେ ବୋଲି ଇଡି କୋର୍ଟରେ ଦର୍ଶାଇଥିଲେ । ଏହା ପରେ କୋର୍ଟ ସମସ୍ତ ପକ୍ଷ ଶୁଣି ପି.ଚିଦାମ୍ବରମ ଏବଂ ତାଙ୍କ ପୁଅ କୀର୍ତ୍ତି ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More