ଟାଟା ପାୱାର ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ସ୍ଥିତ ଟାଟା ପାୱାର ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ( ସାଉଥକୋ)ର ବରିଷ୍ଠ ସାଧାରଣ ପରିଚାଳକ (ଜେନେରାଲ ମ୍ୟାନେଜର) (ଇଲେକ୍ଟ୍ରିକାଲ) ପ୍ରମୋଦ କୁମାର ଚୌଧୁରୀଙ୍କ ଘର ସମେତ ୧୦ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । କୋର୍ଟପେଟା ଛକ ନିକଟରେ ଥିବା ସାଉଥକୋ କାର୍ୟ୍ୟାଳୟ, ବ୍ରହ୍ମପୁର ସିଦ୍ଧାର୍ଥ ନଗର ପ୍ରଥମ ଗଳିରେ ଥିବା ପ୍ରମୋଦଙ୍କ ୩ ମହଲା ଘର, ଲୋଚାପଡା ମେଇନ ରୋଡ ନିକଟରେ ଥିବା ମା ଭୌରବୀ ଟ୍ରେଡର୍ସ ଓ ଘର, ଆଙ୍କୁଲି ଶଶୀଭୂଷଣ ନଗରରେ ଥିବା ଦୁଇ ମହଲା ଘର, ଗଞ୍ଜାମ ଗୋପାଳପୁର ହରିପୁର ଗାଁରେ ଥିବା ଦୁଇ ମହଲା ଘର, ବ୍ରହ୍ମପୁର ନିକଟ ଗଉଞ୍ଜରେ ଥିବା ଫାର୍ମ ହାଉସ, ପୁରୀ ଜିଲ୍ଲା ପିପିଲିରେ ଥିବା ଫ୍ଲାଟ୍, ବ୍ରହ୍ମପୁର ଅମ୍ବାପୁଆରେ ଥିବା ଫ୍ଲାଟ୍, ଗଞ୍ଜାମ ବାଳକୃଷ୍ଣପୁର ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଏକାଧିକ ଟିମ୍ ଚଢାଉ ଜାରି ରଖିଛନ୍ତି । ଚଢାଉରେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୧୨ ଜଣ ଏସଆଇ ଓ ଏଏସଆଇ ସାମିଲ ଅଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More