ପୁରୀ : ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଆସନ୍ତା ୨୩ତାରିଖରୁ ଖୋଲିବାକୁ ଯାଉଛି । କରୋନା ସଂକ୍ରମଣକୁ ଦେଖି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେନେଇ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଆଲୋଚନା କରିଛନ୍ତି ୫-ଟି ସଚିବ । ଏହାସହ ବରିଷ୍ଠ ଅଧିକାରୀଙ୍କ ସହ ପୁରୀର ବିଭିନ୍ନ ବିକାଶମୂଳକ କାମର ମଧ୍ୟ ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ ।