ଭୁବନେଶ୍ୱର : କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା I ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ଧୀରେ ଧୀରେ କମିବା ପରେ ରାଜ୍ୟରେ ସ୍କୁଲ ଗୁଡିକ ଖୋଲିଛି I ଏହାରି ମଧ୍ୟରେ 5-T ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ ଭୁବନେଶ୍ୱରର ବିଭିନ୍ନ ହାଇସ୍କୁଲ୍ ପରିଦର୍ଶନ କରିବା ସହ ଭିତ୍ତିଭୂମି ପ୍ରଦର୍ଶନ ସମୀକ୍ଷା କରିଛନ୍ତି I ରାଜଧାନୀର ୟୁନିଟ୍-୬, ୟୁନିଟ୍-୧, କ୍ୟାପିଟାଲ୍ ହାଇସ୍କୁଲ୍, ୟୁନିଟ୍ -୯ ଗାର୍ଲସ୍ ହାଇସ୍କୁଲ୍ ଏବଂ ଆଇଆର୍ସି ଭିଲେଜ୍ ହାଇସ୍କୁଲ୍ ପରିଦର୍ଶନ କରି ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ଶିକ୍ଷକ ଏବଂ ‘ଏସ୍ଏମ୍ସି’ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେ ସ୍କୁଲର ଭିତ୍ତିଭୂମି ଉନ୍ନତି କରଣ ଏବଂ ସ୍ମାର୍ଟ କ୍ଲାସ୍ରୁମ୍ ଓ ସାଇନ୍ସ ଲ୍ୟାବ୍ , ଲାଇବ୍ରେରି ରୁମ୍, କ୍ରୀଡ଼ା ସୁବିଧା ଓ ଦଶମ ରେଜଲ୍ଟ ନେଇ ପଚାରି ବୁଝିଛନ୍ତି ।