ଉତ୍ତର ଆମେରିକାରେ ସମ୍ବେଦନଶୀଳ ସାମରିକ ସ୍ଥାନ ଅତିକ୍ରମ କରିବା ପରେ ଆଟଲାଣ୍ଟିକ୍ ମହାସାଗରରେ ଚୀନ୍ର ଏକ ଗୁଇନ୍ଦା ବେଲୁନ୍କୁ ଗୁଳି ଚଳାଇ ଖସାଇଥିବାରୁ ଥିବାରୁ ଚୀନ୍ ଏହାକୁ ଦୃଢ଼ ବିରୋଧ କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଆମେରିକାର ଆକ୍ରମଣକୁ ଚୀନ୍ ନାପସନ୍ଦ କରିଛି ଏବଂ ଏହାର ପରିଣାମ ପାଇଁ ଚେତାବନୀ ଦେଇଛି।
ରାଷ୍ଟ୍ରପତି ବାଇଡେନଙ୍କ ନିର୍ଦ୍ଦେଶ ପରେ, ଦକ୍ଷିଣ କାରୋଲିନା ଉପକୂଳରୁ ଶନିବାର ଚାଇନାର ସନ୍ଦିଗ୍ଧ ଗୁପ୍ତଚର ବେଲୁନ୍କୁ ଆମେରିକା ମିସାଇଲ ମାଡ଼ କରି ଖସାଇ ଦେଇଛି। ଏହାର ବର୍ଜ୍ୟବସ୍ତୁ ଉଦ୍ଧାର ପାଇଁ ଖୋଜାଖୋଜି ଚାଲିଛି। ଏହାକୁ ଖସାଇବା ଚୁକ୍ତିର ଗୁରୁତର ଉଲ୍ଲଂଘନ ବୋଲି ଚୀନ କହିଛି।