କୋଇଲା ଖାଦାନ ବିସ୍ଫୋରଣରେ୨୫ ମୃତ

0

ତୁର୍କୀ : ତୁର୍କୀରେ ଶୁକ୍ରବାର ଏକ କୋଇଲା ଖାଦାନରେ ବିସ୍ଫୋରଣ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ଏହାସହ ଏଥିରେ ପ୍ରାୟ ୧୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ ଦେଶର ଗୃହ ମନ୍ତ୍ରୀ ସୁଲେମାନ ସେୟଲୁଙ୍କ ସୂଚନା ଅନୁଯାୟୀ, ଏବେ ମଧ୍ୟ କେତେକ ଲୋକେ ଖାଦାନରେ ଫସି ରହିଛନ୍ତି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ଏହି ବିସ୍ଫୋରଣ କାଲା ସାଗରର ତଟୀୟ ପ୍ରାନ୍ତ ବାର୍ଟିନର ଅମାସରା ସହରରେ ନିକଟରେ ଥିବା କୋଇଲା ଖାଦାନରେ ହୋଇଛି। ସମ୍ଭବତଃ କୋଇଲା ଖାଦାନରେ ଥିବା ଜ୍ୱଳନଶୀଳ ଗ୍ୟାସ କାରଣରୁ ଏହି ବିସ୍ଫୋରଣ ଘଟିଛି ବୋଲି ଅନୁମାନ କରାଯାଉଛି। ଘଟଣା ସଠିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More