ଟ୍ରାଇର ନୂଆ ନିୟମ ଅନୁସାରେ ଟିଭି ଗ୍ରାହକଙ୍କୁ ଆଶ୍ୱସ୍ତି : ୧୩୦ ଟଙ୍କାରେ ୨୦୦ଟି ଚ୍ୟାନେଲ

0

ନୂଆବର୍ଷରେ ଟିଭି ଗ୍ରାହକଙ୍କୁ ଟ୍ରାଇର ଉପହାର I ଟ୍ରାଇର ନୂଆ ନିୟମ ଅନୁସାରେ ଗ୍ରାହକ କମ ମୂଲ୍ୟରେ ଅଧିକ ଚ୍ୟାନେଲ ଦେଖିପାରିବେ । ଯାହାଫଳରେ ମହଙ୍ଗା କେବୁଲ ଓ ଡିଟିଏଚ୍ କନେକ୍ସନରୁ ମିଳିବ ମୁକ୍ତି I ଏବେ ସୁଦ୍ଧା ଟିଭି ଗ୍ରାହକଙ୍କୁ ୧୩୦ ଟଙ୍କାରେ କେବଳ ୧୦୦ ଫ୍ରି ଟୁ ଏୟାର ଚ୍ୟାନେଲ୍ ଉପଲବ୍ଧ ହେଉଥିଲା । ଟାକ୍ସ ମିଶାଇ ଉପଭୋକ୍ତାଙ୍କୁ ୧୫୪ ଟଙ୍କା ପଇଠ କରିବାକୁ ପଡ଼ୁଥିଲା । ବର୍ତମାନ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଉପଭୋକ୍ତାଙ୍କ ସୁବିଧା ପାଇଁ ବଡ଼ ରିହାତି ଘୋଷଣା କରିଛି । ଏବେ ଆପଣ ମାତ୍ର ୧୩୦ ଟଙ୍କା ପଇଠ କରି ୨୦୦ଟି ଚ୍ୟାନେଲର ମଜା ଉଠାଇପାରିବେ । ଜାନୁୟାରୀ ୩୦ ପର୍ଯ୍ୟନ୍ତ ସମସ୍ତ ଚ୍ୟାନେଲ ଗୁଡ଼ିକର ମୂଲ୍ୟ ତାଲିକା ପ୍ରକାଶିତ ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More