ଡିସେମ୍ବର ୧ ; ଆଜିଠୁ କଡାକଡି ହେଲା ଟ୍ରାଫିକ ନିୟମ : ଟ୍ରାଫିକରେ ଲାଗିଛି କ୍ୟାମେରା ଓ ଅତ୍ୟାଧୁନିକ ନମ୍ବର ପ୍ଲେଟ ସ୍କାନର

0

ଭୁବନେଶ୍ୱର : ଆଜି ହେଉଛି ଡିସେମ୍ବର ୧ ତାରିଖ I ପୁଣି ଜୋରଦାର ଚେକିଂ I କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍, ପଲ୍ୟୁସନ୍ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ି ଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ୍ ନିୟମକୁ ଆଜିଠୁ ସାରା ରାଜ୍ୟରେ କଡ଼ାକ଼ଡ଼ି ଲାଗୁ କରାଯିବ । ରଜ୍ୟରେ ବିଭିର୍ନ ସ୍ଥାନରେ ଟ୍ରାଫିକ ଧରପଗଡ଼ . ସୁନ୍ଦରଗଡ ରେ ୩ ମଦପିୟ ଡ୍ରାଇଭର ଙ୍କୁ ଗିରଫ I ୩ ମାସରେ କାଗଜ ପତ୍ର କାମ ସାରିବାକୁ ପରିବହନ ମନ୍ତ୍ରୀ ପଦ୍ମନାଭଵ ବେହେରାଙ୍କ ନିର୍ଦେଶ I
ତେବେ ଟ୍ରାଫିକ ଉଲଂଘନ କଲେ କେତେ ଟଙ୍କା ଫାଇନା ଦେବାକୁ ପଡିବ ଆସନ୍ତୁ ନଜର ପକାଇବା :-
୧. ମଦ୍ୟପାନ କରି ଗାଡ଼ି ଚଳାଇଲେ ୧ ହଜାର ଟଙ୍କା ଫାଇନ୍
୨. ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ୫ ହଜାର
୩. ଟ୍ରାଫିକ୍‌ର ବିପରୀତ ଦିଗରେ ଗାଡ଼ି ଚଳାଇଲେ ୫ ହଜାର
୪.ଗାଡ଼ି ଚାଳନା ସମୟରେ ମୋବାଇଲ୍ ବ୍ୟବହାର କଲେ ୫ ହଜାର
୫. ବିପଦପୂର୍ଣ୍ଣ ଗାଡ଼ି ଚାଳନା ପାଇଁ ୫ ହଜାର
୬. ଦୁଇଚକିଆରେ ତିନିଜଣ ଗଲେ ୫ ହଜାର
୭. ଅତ୍ୟଧିକ ଭାର ପରିବହନ ଲାଗି ୨ ହଜାର
୮. ରେଡ୍ ଲାଇଟ୍‌ରେ ଅବମାନନା କଲେ ୫ ହଜାର
୯. ହେଲମେଟ୍ ନପିନ୍ଧିଲେ ୧ ହଜାର
୧୦. ସିଟ ବେଲ୍ଟ ନ ପିନ୍ଧିଲେ ହଜାରେ ଲେଖାଏ ଗଣିବାକୁ ପଡ଼ିବ ।
ରାଜଧାନୀର ବିଭିର୍ନ ଛକରେ ଲଗାଇଛି ସିସିଟିଭି କ୍ୟାମେରା I ଟ୍ରଫିକ ଉଲଙ୍ଘନକାରି ଆଉ କାସିପାରିବେ ନାହିଁ I କାରଣ ଟ୍ରଫିକ ଜଗିଛି କ୍ୟାମେରା I
ଏହା ସହ ଭୁବନେଶ୍ୱରର ରୁପାଲି ଛକରେ ଲାଗିଛି ଅତ୍ୟାଧୁନିକ ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର ମେସିନ୍ । ଏହି ମେସିନ୍‌ରେ ଗାଡ଼ିର ନମ୍ବର ସ୍କାନ୍ ହୋଇ ସିଧା ଡାକ ଯୋଗେ ଚାଲିଯିବ ଘରକୁ ମୋଟା ଅଙ୍କର ଚାଲାଣ ଯିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More