ବିଧାନସଭାରେ ଟୋକେନ ତାତି : କଣ ରହିଛି ତିନି ଦଳ ର ପ୍ରତିକ୍ରିୟା ପଢନ୍ତୁ ଏହି ରିପୋର୍ଟ …

0

ବିଧାନସଭା ଚାଲୁଥିବା ବେଳେ ମନ୍ତ୍ରୀ ଟୋକନ ବ୍ୟବସ୍ଥା ନେଇ ବାହାରେ ମନ୍ତବ୍ୟ ଦେଲେ କିପରି । ବିନା ଟୋକନରେ ଧାନ ବିକ୍ରି କରିପାରିବେ ବୋଲି କହିଲେ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ କିପରି ମନ୍ତବ୍ୟ ଦେଲେ । ଗୃହରେ ଖୋଦ ଯୋଗାଣ ମନ୍ତ୍ରୀ ଉତ୍ତର ଦେଲେ ନାହିଁ, ହେଲେ ବାହାରେ ମନ୍ତବ୍ୟ ଦେଲେ କାହିଁକି । ଗଣମାଧ୍ୟମ ରେ ବୟାନ ଦେଲେ କିପରି ? ମନ୍ତ୍ରୀ ବିଧାନସଭାକୁ ବିଶ୍ୱାସକୁ ନେଲେ ନାହିଁ । ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଶୂନ୍ୟକାଳରେ ପ୍ରଶ୍ନ କରିଥିଲେ । ସେମାନଙ୍କୁ କିଏ ପଠାଇଥିଲେ । ସରକାରଙ୍କ ତରଫରୁ ଯାଇଥିଲେ ନା ବିଜେଡି ତରଫରୁ ଯାଇଥିଲେ ତା ସ୍ପଷ୍ଟ କରାଯାଉ । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏ ପ୍ରସଙ୍ଗ ଉଠାଇ ସରକାରୀ ଦଳ ଓ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏନେଇ ମନ୍ତ୍ରୀ ଗୃହକୁ ଅବଗତ କରନ୍ତୁ ବୋଲି ସାଲୁଜା କହିଥିଲେ । ସେହିପରି ବରିଷ୍ଠ ବିଧାୟକ ଜୟନରାୟନ ମିଶ୍ର ମଧ୍ୟ ଏ ପ୍ରସଙ୍ଗ ଉଠାଇଥିଲେ । ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ମନ୍ତ୍ରୀ ସୁଶାନ୍ତ ସିଂ କିପରି ଖୋଲା ମନ୍ତବ୍ୟ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

କଂଗ୍ରେସ : ସନ୍ତୋଷ ସିଂ ସାଲୁଜଙ୍କ ପ୍ରତିକ୍ରିୟା – ବାରମ୍ବାର ବ୍ୟବସ୍ଥା ଉଛେଦ ନେଇ ଦାବି କରିଥିଲୁ , କିନ୍ତୁ ଆଶ୍ଚର୍ଯ୍ୟର କଥା ବିଧାନସଭାକୁ ବିଶ୍ୱାସ କୁ ନନେଇ ମନ୍ତ୍ରୀ ସୁଶାନ୍ତ ସିଂ I ଉପମୁଖ୍ୟସଚେତକ ଟୋକେନ ବ୍ୟବସ୍ଥା ଉଛେଦ ନେଇ ସମ୍ବଲପୁରରେ ଘୋଷଣା କଲେ I ବିନା ଟୋକେନରେ ଧାନ କିଣାହେବ I ଗୃହକୁ ବିଶ୍ୱାସ ନକରି କେମିତି ଘୋଷଣା କଲେ I ଛେପ ପକାଇ ଛେପ ଢ଼ୋକିଲେ I ନୈତିକତା ଆଧାରରେ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ I ଶ୍ରମ ମନ୍ତ୍ରୀ ଘୋଷଣା କରଦେଲେ କିନ୍ତୁ ବିଭାଗୀୟ ମନ୍ତ୍ରୀ କହୁଛନ୍ତି ଜାଣିନି I ଏହା ଆଶ୍ଚର୍ଯ୍ୟ ଓ ଦୁଖଦାୟକ I

ବିଜେପି : ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା – ସାମ୍ବିଧାନିକ ସଙ୍କଟ ଦେଖାଦେଇଛି,ନୂଆ ପରମ୍ପରା ସୃଷ୍ଟି କରୁଛନ୍ତି I ବିଧାନସଭା ଚାଲୁଥିବା ସମୟରେ ବାହାରେ ବିବୃତି ଦେବାର ଆବଶ୍ୟକତା ନାହିଁ I ଏ ସରକାର କେମିତି ଚାଲିଛି I ମୁଖ୍ୟମନ୍ତ୍ରୀ ପଠାଇଥିଲେ ନା ବିଭାଗୀୟ ମନ୍ତ୍ରୀ ପଠାଇଥିଲେ ତାହା ସ୍ପଷ୍ଟ କରନ୍ତୁ I ମନ୍ତ୍ରୀ ବାହାରେ ବିବୃତି ଦେଇ ଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ I

ବିଜେଡି : ସରକାରୀ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା – ଶ୍ରମ ମନ୍ତ୍ରୀ ଓ ଉପମୁଖ୍ୟସଚେତକଙ୍କ ଏହା ବ୍ୟକ୍ତିଗତ ମତ ହୋଇଥିବ । ସେମାନେ ଆଜି ଗୃହକୁ ଆସିନାହାନ୍ତି । ସେମାନଙ୍କ ସହ ଆଲୋଚନା କଲେ କହିହେବ କି ଦଳ ଚାଷୀଙ୍କ ପାଖକୁ ପଠେଇଥିଲା ନା ସରକାର ? ମୁଁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ସେ ସୋମବାର ଉତ୍ତର ରଖିବେ । ବିରୋଧିଙ୍କ କାମ ସମାଲୋଚନା କରିବା, ସେ କରୁଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More