ଆଜି ପବିତ୍ର ମହାଳୟା : ଭାରତ ବର୍ଷର ବିଭିର୍ନ ସ୍ଥାନରେ ପିତୃ ପୁରୁଷଙ୍କ ଉଦେଶ୍ୟରେ ପିଣ୍ଡ ଦାନ କରାଯିବାର ବ୍ୟବସ୍ଥା ରହିଛି
ଭୁବନେଶ୍ୱର : ଓଡିଶାର ରାଜଧାନୀ ଭୁବନେଶ୍ୱରର ବିନ୍ଦୁସାଗର ସମେତ ବିଶ୍ୱ ପ୍ରସିଦ୍ଧ ପୁରୀ ଧାମ , ଯାଜପୁର ନାଭିଗୟା ସମେତ ବିଭିର୍ନ ନଦୀ ଓ ପୁଷ୍କରିଣୀ , ଦେବା ଦେବୀ ମନ୍ଦିରରେ ସମସ୍ତେ ନିଜର ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କରି ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି I ଆଜି ସେହି ପିଣ୍ଡ ଦାନର ଶେଷ ଦିନ ହୋଇଥିବାରୁ ବିନ୍ଦୁସାଗର , ପୁରୀ ଧାମ ସମେତ ବିଭିର୍ନ ସ୍ଥାନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି I