ଆଜି ରାଜ୍ୟରେ ୬୦୨ କରୋନା ପଜିଟିଭ୍ ଚିହ୍ନଟ : ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୬ ହଜାର ୪୭୬କୁ ବୃଦ୍ଧି

0

ଭୁବନେଶ୍ୱର : ରାଜ୍ୟରେ ସାମାନ୍ୟ ବୃଦ୍ଧି ହୋଇଛି ସଂକ୍ରମଣ I ଗତ ୨୪ ଘଣ୍ଟା ମଧ୍ୟରେ ୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୬ ହଜାର ୪୭୬ ଜଣ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିନ୍ହଟ ହୋଇସାଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୮୩ ଜଣ, କଟକରୁ ୫୪ ଜଣ, ମୟୂରଭଞ୍ଜରୁ ୩୧ ଜଣ, ଯାଜପୁରରୁ ୨୪ ଜଣ, ପୁରୀ ଓ ବାଲେଶ୍ବରରୁ ୨୧ ଜଣ ଲେଖାଏଁ,ଜଗତସିଂହପୁରରୁ ୧୮ ଜଣ,ଢ଼େଙ୍କାନାଳରୁ ୧୪ ଜଣ, ସମ୍ବଲପୁରରୁ ୧୩ ଜଣ, ଅନୁଗୁଳରୁ ୧୧ ଜଣ, ସୁନ୍ଦରଗଡ଼ରୁ ୯ ଜଣ, କେନ୍ଦୁଝରରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୬ ଜଣ, ଭଦ୍ରକରୁ ୫ ଜଣ,କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ଼, ଗଞ୍ଜାମ,କନ୍ଧମାଳ, ନୟାଗଡ଼,ନୂଆପଡ଼ା ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେ୍ଟ୍ ପୋଲ୍‌ରୁ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More