ଭୁବନେଶ୍ୱର : ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୭ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୩ ହଜାର ୫୦୭ରେ ପହଞ୍ଚିଛି ।
ଚିହ୍ନଟ ନୂଆ ୧୧୩୯ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୧୦ ଜଣ, କଟକରୁ ୧୯୭ ଜଣ, ବାଲେଶ୍ବରରୁ ୭୦ ଜଣ, ଜଗତସିଂହପୁରରୁ ୪୨ ଜଣ, ମୟୂରଭଞ୍ଜରୁ ୪୦ ଜଣ,ନୟାଗଡ଼ରୁ ୩୧ ଜଣ,ଅନୁଗୁଳରୁ ୨୫ ଜଣ,ସୁନ୍ଦରଗଡ଼ରୁ ୨୩ ଜଣ, ପୁରୀରୁ ୨୨ ଜଣ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଳାରୁ ୧୫ ଜଣ ଲେଖାଏଁ, ଭଦ୍ରକରୁ ୧୪ ଜଣ,ଢ଼େଙ୍କାନାଳରୁ ୧୧ ଜଣ, ବରଗଡ଼ ଓ ମାଲକାନଗିରି ଜିଲ୍ଲାରୁ ୧୦ ଜଣ ଲେଖାଏଁ ,ଗଜପତିରୁ ୬ ଜଣ, ବଲାଙ୍ଗୀର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରୁ ୭ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ଼ ଓ କନ୍ଧମାଳ ଜିଲ୍ଲାରୁ ୪ ଜଣ ଲେଖାଏଁ, କୋରାପୁଟରୁ ୩ ଜଣ, ଗଞ୍ଜାମରୁ ୨ ଜଣ, ଝାରସୁଗୁଡ଼ାର, ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।