ଡ୍ୟୁଟି ସମୟରେ ଟିକଟକ ଭିଡିଓ କରି ଫସିଲେ ମହିଳା କନେଷ୍ଟବଳ

0

ଡ୍ୟୁଟି ସମୟରେ ଟିକଟକ ଭିଡିଓ କରି ଫସିଲେ ମହିଳା କନେଷ୍ଟବଳ । ଶେଷରେ ସମ୍ପୃକ୍ତ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ଏଭଳି ଘଟଣା ଘଟିଛି ଗୁଜୁରାଟର ମହେସାଣା ଜିଲ୍ଲା ଲାଘନଜ ଥାନାରେ । ଉକ୍ତ ଥାନାର ମହିଳା କନେଷ୍ଟବଳ ଅର୍ପିତା ଚୌଧୁରୀଙ୍କ କିଛି ଟିକ୍‌ଟକ ଭିଡିଓ ଏବେ ସୋସିଆଲ ମିଡି‌ଆରେ ଭାଇରାଲ ହେଉଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ମହେସାଣା ଏସ୍.ପି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେବାସହ ସମ୍ପୃକ୍ତ ମହିଳା କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି । ଭାଇରାଲ ଭିଡିଓରେ ଅର୍ପିତା ଥାନାର ଲକପ ଆଗରେ ଡ୍ୟୁଟି ସମୟରେ ବିନା ୟୁନିଫର୍ମରେ ‘ତୁ ହି ତୁ’ ଗୀତରେ ଡ୍ୟାନ୍ସ କରୁଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More