ଆଜିଠୁ ୭ଟା ଖଣି ବନ୍ଦ

0

ବେଆଇନ୍ ଖଣିଜ ଉତ୍ତୋଳନ ନେଇ ରାଜ୍ୟର ୭ଟା ଖଣି ମାଲିକ ନିର୍ଦ୍ଦାରିତ ସମୟରେ ଧାର୍ଯ୍ୟ ତାରିଖ ଭିତରେ ଭରିଲେନି ଜରିମାନା । ଏହି କାରଣରୁ ୨୦୧୮ ଜାନୁଆରୀ ୧ ତାରିଖରୁ ଏହି ୩ ଖଣିରୁ ଖଣିଜ ଉତ୍ତୋଳନ ବନ୍ଦ କରିବାକୁ ନୋଟିସ କରିଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ନୂଆବର୍ଷରୁ ଏହି ୩ ଖଣି ବନ୍ଦ ହେଲା । ରାଜ୍ୟରେ ଚାଲୁରହିଥିବା ୭ଟା ଖଚ୍ଚିକୁ ବନ୍ଦ କଲା ଖଣି ବିଭାଗ । ମୋଟ ୧୫୨ଟି ଖଣିକୁ ଜରିମାନା ଦେବା ପାଇଁ ନୋଟିସ ହୋଇଥିଲା । ଗତକାଲି ଅର୍ଥାତ ଡିସେମ୍ବର ୩୧ ଥିଲା ଜରିମାନା ପୈଠର ଡେଡଲାଇନ । ଆସନ୍ତା ୪ରେ ଷ୍ଟାଟସ ରିପୋର୍ଟ ଦାଖଲ କରିପାରନ୍ତି ରାଜ୍ୟ ସରକାର ।
ଲିଜ୍ ଏରିଆ ବାହାରେ ଅଧିକ ଖଣିଜ ଉତ୍ତୋଳନ କାରଣରୁ କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳରୁ ୪୩୧୮ କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ୩୨ଟି ଖଣି କମ୍ପାନିଠାରୁ ଏହି ଅର୍ଥ ମିଳିଥିବା ଯୋଡା ଖଣି ଉପନିର୍ଦ୍ଦେଶକ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ପ୍ରକାଶଥାଉକି, ଲିଜ୍ ନିୟମ ବାହାରେ ଅଧିକ ଖଣିଜ ଉତ୍ତୋଳନ ଯୋଗୁ ସୁପ୍ରିମ୍କୋର୍ଟ ଯୋଡା ଖଣି ମଣ୍ଡଳର ୬୯ଟି ଖଣିରୁ ୧୨୧୫୯ କୋଟି ଟଙ୍କା ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟାଟା ଷ୍ଟିଲ, ରୁଙ୍ଗ୍ଟା, ଏସ୍ଏନ୍ ମହାନ୍ତି, କେଜେଏସ୍ ଆଲୁଓ୍ଵାଲିୟା, କେପି ଏଣ୍ଟରପ୍ରାଇଜେସ୍, କେଏନ୍ ରାମ, କଣିଂ ମାଇନିଂ କର୍ପୋରେସନ (କେଏମ୍ସି), ଓଏମ୍ସି, ଏସେଲ୍ ମାଇନିଂ, ଡିଆର ପଟ୍ଟନାୟକ, ଇନ୍ଦ୍ରାଣି ପଟ୍ଟନାୟକ, କେସି ପ୍ରଧାନ ପ୍ରଭୃତି ୩୨ଟି ଖଣି କମ୍ପାନି ଏହି ଜୋରିମାନା ଅର୍ଥ ପୈଠ କରିଛନ୍ତି। ବେଆଇନ୍ ଖଣିଜ ଉତ୍ତୋଳନ ନେଇ ଡିସେମ୍ବର ୩୧ ସୁଦ୍ଧା ଜରିମାନା ନଦେବାରୁ ରାଜ୍ୟର ୩ଟି ଖଣିକୁ ବନ୍ଦ କରିଛନ୍ତି ସରକାର । ୨୦୦୦-୦୧ରୁ ୨୦୧୦-୧୧ ମଧ୍ୟରେ ଏହି ସବୁ ଖଣିରୁ ବେଆଇନ୍ ଖଣିଜ ଉତ୍ତୋଳନ ହୋଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More