ଦି ଟଲ ମ୍ୟାନର ଉନ୍ମୋଚନ ଉତ୍ସବ : ମଂଚରେ ଏକାଠି ହେବେ ପ୍ରଣବ , ଆଡ଼ଭାନୀ, ସୀତାରାମ ଓ ନବୀନ

0

ରାଜନୀତି ଠାରୁ ଉର୍ଦ୍ଧରେ ଥିଲେ ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଖାସ ସେଇଥିଲାଗି ବିଜୁଙ୍କ ଲାଗି ୨୦ବର୍ଷ ପରେ ପୁଣି ଏକାଠି ହେଉଛନ୍ତି ଜାତୀୟ ଓ ରାଜସ୍ତରର ତୃଙ୍ଗନେତାମାନେ । ବିଜୁବାବୁଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଦି ଟଲ ମ୍ୟାନର ଉନ୍ମୋଚନ ପାଇଁ ଗୋଟିଏ ମଂଚରେ ଏକାଠି ହେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡ଼ି.ଦେବଗୌଡ଼ା, ସିପିଆଇ ନେତା ସୀତାରାମ ଯେଚୁରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଜାତୀୟ ସ୍ତରର ସାମ୍ବାଦିକ ପ୍ରଭୁ ଚାୱଲା ମଧ୍ୟ ଯୋଗଦେବେ । ମଂଚରେ ଏକାଠି ହେଉଥିବା ନେତାଙ୍କୁ ନେଇ ଆଗାମୀ ଦିନରେ ନୂଆ ରାଜନୈତିକ ଘଟଣାକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି । ହେଲେ ବିଜୁବାବୁ ରାଜନୀତି ଠାରୁ ଉଦ୍ଧ୍ୱର୍ରେ ରହିଥିବାରୁ ଏପରି ଚର୍ଚ୍ଚା ହେବା ଉଚିତ ନୁହେଁ ବୋଲି ଯୋଗଦେଉଥିବା ନେତାମାନେ ମତ ଦେଉଛନ୍ତି । କାରଣ ବିଜୁବାବୁ ଓଡ଼ିଶା ଓ ଦେଶର ଗୌରବ । ତେଣୁ ତାଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବକୁ ରାଜନୈତିକ ଚିତ୍ରଭାବେ ଗ୍ରହଣ ନକରିବାକୁ ଯୋଗଦେଉଥିବା ନେତାମାନେ ମତ ଦେଇଛନ୍ତି । ଏହି ପୁସ୍ତକର ଉନ୍ମୋଚନ ପରେ ସର୍ବସାଧାରଣ ଲାଗି ଏହି ପୁସ୍ତକ ବିକ୍ରୀ କରାଯିବ । ଏହାପର ମୂଲ୍ୟ ୧ ହଜାର ଟଙ୍କାରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ପୁସ୍ତକରେ ବିଜୁବାବୁଙ୍କ ସର୍ମ୍ପକରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଓ ଅନେକ ଅଜଣା ଫଟୋ ମଧ୍ୟ ସ୍ଥାନ ପାଇଛି । ଏପରିକି ଦେଶ ସ୍ୱାଧୀନ ପୂର୍ବରୁ ବିଜୁବାବୁଙ୍କ କେତେକ ଚର୍ଚ୍ଚିତ ଖବର ମଧ୍ୟ ଏହି ପୁସ୍ତକରେ ସ୍ଥାନ ପାଇଛି । ଏହି ପୁସ୍ତକକୁ ସମୀକ୍ଷା କରିବେ ବରିଷ୍ଠ ସାମ୍ମାଦିକ ପ୍ରଭୁ ଚାୱଲା । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଜନତା ଦଳର ପରିବାର ବି ଏକାଠି ହେଉଛନ୍ତି । ବରୋଧି ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁଗଗୋ, ପୂର୍ବତନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ରା, ପୂର୍ବତନ ମନ୍ତ୍ରୀ ସୁର ନାୟକଙ୍କ ପରି ଜନତା ପରିବାରର ବରିଷ୍ଠ ନେତାମାନେ ଏହି ଉତ୍ସବରେ ଯୋଗଦେବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More