ରକ୍ତଦାତାଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ

0

ଯାଜପୁର: ରକ୍ତ ଦାନ ମହା ପୂଣ୍ୟ। ଯାହାକୁ ସାର୍ଥକ କରିବା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦ୍ୟମ କରିଥିଲେ । ଏହି ମହାନ କାର୍ଯ୍ୟର ଆରମ୍ଭ ପରେ ସଫଳତା ମିଳିଛି । ଯାହାର ଶ୍ରେୟ ବିଧାୟକ ରକ୍ତଦ‍ାତା ମାନଙ୍କୁ ଶୁଭେଚ୍ଛା ଦେଇ ଆସିଛନ୍ତି । ଏହି ଅବସରରେ ଆଜି ଏକ ଧନ୍ୟବାଦ ରକ୍ତଦାତା କାର୍ଯ୍ୟକ୍ରମ ସହରସ୍ଥ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଂଜନ କୁମାର ଦାସ I ପୂର୍ବତନ ପୌରାଧ୍ୟକ୍ଷ ଯଯାତୀ କେଶରୀ ଦାସ , ପୂର୍ଣ୍ଣଚନ୍ଦ୍ର ଦେଓ , କଣ୍ଣାଟକେଶରୀ ଦାସ, ବ୍କକ ଅଧ୍ୟକ୍ଷ ପ୍ରଦୀପ ନାୟକ, ରମଣିରଂଜନ ରାଉତରାୟଙ୍କ ସମେତ ୫ ଟି ପଂଚାୟତ ପଣସା, ମାଳ ଆନନ୍ଦପୁର,ବିଚିତ୍ରପୁର,ଭୁବନେଶ୍ବରପୁର ଓ ମହେଶ୍ବରପୁରର କର୍ମକର୍ତା ଓ ରକ୍ତଦାତା ଉପସ୍ଥିତ ରହିଥିଲେ । ୫ ପଂଚାୟତରୁ ୫ ଟି ଶିବିରରେ ୨୬୫ ୟୁନିଟ ରକ୍ତ ସଂଗୃହିତ ହୋଇଥଲା । ଶେଷରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦେଶକ ଦିନେଶ ମଲିକଙ୍କ ଦ୍ବାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More