ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ନିହତ ହେଲା ହିଜବୁଲର ଚିଫ୍ କମାଣ୍ଡର ମେହରାଜୁଦ୍ଦୀନ ହଲୱାଇ

0

ଉତ୍ତର କାଶ୍ମୀରର ହନ୍ଦୱାଡାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା I ସୁରକ୍ଷାବାହିନୀର ଏନକାଉଣ୍ଟରରେ ହିଜବୁଲର ଚିଫ୍ କମାଣ୍ଡର ମେହରାଜୁଦ୍ଦୀନ ହଲୱାଇ ନିହତ ହୋଇଛି। କାଶ୍ମୀର ଆଇଜିପି ଏନେଇ ସୂଚନା ଦେଇଛନ୍ତି। ମେହରାଜୁଦ୍ଦୀନ ହଲୱାଇ ବହୁ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲା । ଉତ୍ତର କାଶ୍ମୀରର ହନ୍ଦୱାଡାରେ କ୍ରାଲଗୁଣ୍ଡର ପାଜିପୋରା-ରେନାନ ଅଞ୍ଚଳରେ ହିଜବୁଲର ଆତଙ୍କବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା I ସୂଚନା ପାଇ ସୁରକ୍ଷାବାହିନୀର ୩୨ଆରଆର ଏବଂ ସିଆରପିଏଫ୍ର ୯୨ବିଏନ୍‌ର ଜଏଣ୍ଟ ଟିମ୍ ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ କରିଥିଲା । ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହାର ପ୍ରତି ଜବାବରେ ସୁରକ୍ଷାବାହିନୀର ଏନକାଉଣ୍ଟର କରିଥିଲା ଏହି ନକାଉଣ୍ଟରରେ ହିଜବୁଲର ଚିଫ୍ କମାଣ୍ଡର ମେହରାଜୁଦ୍ଦୀନ ହଲୱାଇ ନିହତ ହୋଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More