ଓଡ଼ିଶାରେ ଅଗ୍ନିବର୍ଷା

0

ଜଳୁଛି ପୂରା ଓଡ଼ିଶା । ସବୁଠି ଅଗ୍ନିବର୍ଷା । ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ତାଣ୍ଡବଲୀଳା । ଦିନକୁ ଦିନ ପରିସ୍ଥିତି ଅସମ୍ଭାଳ । କ୍ରମାଗତଃ ଭାବେ ଓଡ଼ିଶାରେ ବଢି ଚାଲିଛି ଗ୍ରୀଷ୍ମର ପ୍ରକୋପ । ମଧ୍ୟାହ୍ନ ହେବାମାତ୍ରେ ତାପମାତ୍ରା ୪୦ଡିଗ୍ରୀକୁ ଟପି ଯାଉଛି । ରାଜ୍ୟର ୧୦ଟି ଜିଲ୍ଲାରେ ତାପମାତ୍ରା ୪୩ଡିଗ୍ରୀକୁ ଛୁଇଁସାରିଲାଣି । ଗୁରୁବାର ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ୪୩.୩ଡିଗ୍ରୀ ସେଲସିୟସ । ଏଣୁ ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଏବେ ଅସମ୍ଭାଳ । ଯେତେ ଜରୁରୀ କାମ ଥିଲେ ବି ଲୋକେ ଦିନ ୧୦ଟା ପରେ ଘରୁ ପଦାକୁ ବାହାରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଲାଗୁଛି ଯେମିତି ଚାରିଆଡ଼େ ଅଗ୍ନିବର୍ଷା ହେଉଛି । ପୂରା ତତଲା କଢେଇରେ ସିଝୁଛନ୍ତି ଓଡ଼ିଶାବାସୀ । ଏପ୍ରିଲ ୨ତାରିଖ ପର୍ଯ୍ୟନ୍ତ ଏଭଳି ଗରମ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More