ମୟୂରଭଞ୍ଜ : ପିଲାଙ୍କୁ ମୋବାଇଲରେ ଅଶ୍ଳୀଳ ଫଟୋ ଦେଖାଇବା ପରେ ଶିକ୍ଷକଙ୍କୁ ନିସ୍ତୁକ ଛେଚା

0

ଜଣେ ଶିକ୍ଷକଙ୍କୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଟାଣି ଘୋସାରି ନିସ୍ତୁକ ଛେଚିଛନ୍ତି ଗ୍ରାମବାସୀ । ଶିକ୍ଷକଜଣକଙ୍କ ଅଭାବନୀୟ କାଣ୍ଡ ଯୋଗୁଁ ତାଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ିଛି । କୁନିକୁନି ପିଲାଙ୍କୁ ମୋବାଇଲରେ ଅଶ୍ଳୀଳ ଫଟୋ ଦେଖାଇବା ପରେ ଏଭଳି ହୀନସ୍ତା ହୋଇଛନ୍ତି ଶିକ୍ଷକ ଜଣଙ୍କ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ୍ ମାରକୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ପ୍ରଧାନ ଶିକ୍ଷକ ଦୂର୍ଗାଚରଣ ଗିରିଙ୍କ ଏଭଳି କାଣ୍ଡ ପ୍ରଘଟ ହେବାପରେ ଗ୍ରାମବାସୀ ତାଙ୍କୁ ସ୍କୁଲରୁ ଘୋଷାରି ଘୋଷାରି ଆଣି ଉଭୟ ମହିଳା ଓ ପୁରୁଷ ନିସ୍ତୁକ ଛେଚିଛନ୍ତି । ମାଡ଼ ମାରିବା ସହ ଗ୍ରାମବାସୀ ୩ଘଣ୍ଟା ଧରି ଉକ୍ତ ଶିକ୍ଷକଙ୍କୁ ଅଟକ ରଖିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More