ତାରାଙ୍କ ବିସ୍ପୋରଣ ବୟାନ : କଂଗ୍ରେସରେ ରହି ବହୁନେତା ବିଜେଡ଼ି-ବିଜେପି ସହ ହାତମିଳାଇଛନ୍ତି

0

ଭୁବନେଶ୍ୱର : କଂଗ୍ରେସରେ ରହି ବହୁ ନେତା ବିଜେଡ଼ି ଓ ବିଜେପି ସହ ହାତ ମିଳାଇଛନ୍ତି । ଯେଉଁଥି ପାଇଁ କଂଗ୍ରେସ ଖରାପ ପ୍ରଦର୍ଶନ କରୁଛି । ଏହି ନେତାମାନଙ୍କୁ କଂଗ୍ରେସ କେବେ ବରଦାସ୍ତ୍ କରିବ ନାହିଁ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ଏକ ସଭାରେ ଯୋଗଦେଇ କଂଗ୍ରେସର ଏହି କୁହାଳିଆ ବିଧାୟକ ଏପରି କହି କର୍ମୀଙ୍କ କଂଗ୍ରେସ ପରାଜୟର କାରଣ ବୁଝାଇଥିଲେ । ତେବେ ତାରା କାହାକୁ ଇସାରା କରି ଏପରି କହିଲେ ତାହା ସ୍ପଷ୍ଟ ହୋଇନାହିଁ ।
ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ କଂଗ୍ରେସ ଏକ ନିଦ୍ଦିଷ୍ଟ ଗୋଷ୍ଠୀ ବିଭିନ୍ନ ସ୍ଥାନରେ ଗୁପ୍ତ ବୈଠକ କରି ବ୍ଲୁପ୍ରିଣ୍ଟ ପ୍ରସତ୍ତୁତ କରୁଛନ୍ତି । ଖୁବଶୀଘ୍ର ଏହି ଗୋଷ୍ଠୀ ହାଇକମାଣ୍ଡଙ୍କୁ ଭେଟି ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More