ତାଲିବାନ ଜାରିକଲା ସର୍ବକ୍ଷମା : ଭୟଭୀତ ନହୋଇ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ଦେଲା ଆହ୍ଵାନ

0

ବର୍ତ୍ତମାନ ଆଫଗାନିସ୍ତାନରେ ସ୍ଥିତି ଭୟାବହ । ତାଲିବାନର ଅତ୍ୟାଚାରକୁ ନଜରରେ ରଖି ଆଫଗାନୀବାସୀ ଭୟରେ ଦେଶ ଛାଡ଼ିବାରେ ଲାଗିଛନ୍ତି । ତାଲିବାନମାନେ ଆଫଗାନିସ୍ତାନର ରାଜଧାନୀ କାବୁଲ ସହିତ ରାଷ୍ଟ୍ରପତି ଭବନକୁ ଦଖଲ କରିଛନ୍ତି । ରାଷ୍ଟ୍ରପତି ଭବନକୁ ଦଖଲ କରିବା ପରେ ଦୀର୍ଘ ୨୦ବର୍ଷ ପରେ ପୁଣି ଥରେ ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିଛି । ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନମାନେ ଦେଶର ନାମକୁ ପରିବର୍ତ୍ତନ କରି ଇସଲାମିକ୍ ଏମିରେଟ୍ସ ଅଫ ଆଫଗାନିସ୍ତାନ ରଖିଛନ୍ତି । ୧୯୯୬-୨୦୦୧ ମଧ୍ୟରେ ହୋଇଥିବା ତାଲିବାନୀ ଶାସନ ପୁଣି ଥରେ ମନେ ପକାଇ ଆଫଗାନୀମାନେ ପ୍ରାଣ ବିକଳରେ ଦେଶ ଛାଡ଼ି ପଳାୟନ କରୁଛନ୍ତି । ସେହି ସମୟରେ ମହିଳାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିଲା । ମହିଳାମାନଙ୍କୁ ଶିକ୍ଷା, ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଠାରୁ ଦୂରରେ ରଖାଯାଉଥିଲା । ଆଫଗାନିସ୍ତାନରେ ତାଲିବାନର ଗୋଟିଏ ଗୋଟିଏ ଅଞ୍ଚଳ ଦଖଲ ପରେ ଅନେକ ସରକାରୀ କର୍ମଚାରୀ ଜୀବନ ଭୟରେ କାର୍ଯ୍ୟକ୍ଷେତ୍ରକୁ ଯିବା ବନ୍ଦ କରିଦେଇଛନ୍ତି । ଏଥିସହିତ ମହିଳାମାନେ ଆଉ ଘରୁ ଗୋଡ କାଢିବାକୁ ସାହସ କରୁନାହାନ୍ତି । ପ୍ରତିଟି ସମୟରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ସେମାନେ ମନେ କରୁଛନ୍ତି । ଏଆରି ଭିତରେ ତାଲିବାନ ସର୍ବକ୍ଷମା ଘୋଷଣ କରିଛି I ସମସ୍ତେ ନିଜ ନିଜର କର୍ମକ୍ଷେତ୍ରକୁ ପୁଣିଥରେ ଆରମ୍ଭ କରିପାରିବେ । କୌଣସି ବି ସରକାରୀ କର୍ମଚାରୀ ଭୟଭୀତ ହେବା ଆବଶ୍ୟକ ନାହିଁ । ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ । ଏପରିକି ସରକାରୀ ଚାକିରି କରିଥିବା ମହିଳାମାନେ ମଧ୍ୟ ସେମାନଙ୍କ କାର୍ଯ୍ୟସ୍ଥଳକୁ ଆସିବାକୁ ତାଲିବାନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More