ଜିଅନ୍ତା ଜଳିଗଲେ ତହସିଲଦାର …

0

ଭୁବନେଶ୍ୱର : ଜିଅନ୍ତା ଜଳିଗଲେ ତହସିଲ ଦାର ।ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାରୁ । ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲାପୁରମେଟା ତହସିଲ ଦାରଙ୍କୁ ଜିଅନ୍ତା ନିଆଁ ଲଗାଇ ହତ୍ୟା କରାଯାଇଛି । ଦକ୍ଷୀଣ ଭାରତ ରାଜ୍ୟ ତେଲେଙ୍ଗାନାରେ ଅପରାଧୀଙ୍କ ସାହସ ଏତେ ମାତ୍ରାରେ ବଢିଯାଇଛି କି, ପୋଲିସର ଡର କେଉଁ ଆଡେ ଚାଲିଯାଇଛି । ଗତ କିଛି ଦିନ ତଳେ ଜଣେ ମହିଳା ବନବିବାଗ କର୍ମଚାରୀଙ୍କୁ ମାରପିଟ୍ କରିବାର ଘଟଣା ସାମ୍ନାକୁ ଆସିଥିଲା ଆଉ ଆଜି ଅଫିସରେ ପସି ମହିଳା ତହସିଲଦାରଙ୍କୁ ଜିଅଁତା ଜାଳିଦେବାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ମହିଳା ତହସିଲଦାର ଅଫିସରେ ବସି କାମ କରୁଥିଲେ । ଏଥି ମଧ୍ୟରେ ଜଣେ ବ୍ୟକ୍ତି ଆସି ତାଙ୍କ ଉପରେ ପେଟ୍ରୋଲ ଢାଳିବା ଆରମ୍ଭ କରିଦେଇଥିଲେ । ଆଖପାଖରେ ଥିବା ଲୋକେ କିଛି ବୁଝିବା ପୂର୍ବରୁ ଦୁର୍ବୁତ୍ତ ଜଣକ ମହିଳାଙ୍କ ଦେହରେ ନିଆଁ ଲଗାଇଦେଇଥିଲା । ମହିଳାଙ୍କୁ ବଞ୍ଚାଇବାକୁ ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More