ଆଜିଠୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ T-20 ସିରିଜ I ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ଟି-ଟ୍ୱେଣ୍ଟି ଫର୍ମାଟ୍ରେ ସର୍ବଦା ଉନ୍ନତ ପ୍ରଦର୍ଶନ କରୁଥିବା ଭାରତ ଆଜିର ମ୍ୟାଚ୍ ବିଜୟ ସହ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଘରୋଇ ଦଳ ଦିନିକିଆ ସିରିଜକୁ ୨-୧ରେ ଜିତି ସିରଜ ହାତେଇଥିବାବେଳେ T-20 ସିରିଜକୁ କବ୍ଜା କରିବା ଲକ୍ଷରେ ପଡିଆକୁ ଓଲ୍ହାଇବ I ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଓଭାଲ୍ରେ ଖେଳାଯିବ ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ : ଆରୋନ ଫିଞ୍ଚ(ଅଧିନାୟକ), ମାଥ୍ୟୁ ୱେଡ୍, ଷ୍ଟିଭେନ ସ୍ମିଥ୍, ଗ୍ଲେନ ମ୍ୟାକ୍ସୱେଲ୍, ମୋଏଜସ ହେନରିକ୍ସ, ଆଲେକ୍ସ କ୍ୟାରୀ, ଆଷ୍ଟନ ଅଗର, ସିନ ଆବୋଟ, ଆଣ୍ଡ୍ର୍ୟୁ ଟାଏ, ଆଡାମ ଜାମ୍ପା, ଜୋଶ ହାଜେଲଉଡ।
ସମ୍ଭାବ୍ୟ ଭାରତ : ଶିଖର ଧାୱନ, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଦୀପକ ଚହର, ଟି ନଟରାଜନ, ଜଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲ/କୁଲଦୀପ ଯାଦବ ।