ନୂଆ ରୂପ ନେବ ପୁରୀ ସ୍ୱର୍ଗଦ୍ୱାର : ସ୍ୱର୍ଗଦ୍ୱାରରୁ ହଟିବ ବିଜୁ ସ୍ମୃତି ପୀଠ

0

ବଦଳିବ ପୁରୀ ସ୍ୱର୍ଗଦ୍ୱାର ର ଚିତ୍ର I ନୂଆ ରୁ ନେବ ସ୍ୱର୍ଗଦ୍ୱାର I ସ୍ୱର୍ଗଦ୍ୱାରର ବିକାଶ ପାଇଁ ସ୍ୱତନ୍ତ୍ର ସହାୟତା ରାଶି ଘୋଷଣା କରିଛନ୍ତି ସରକାର I ଏଥିପାଇଁ ଶୁକ୍ରବାର ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି I ବାତ୍ୟା ଫନି ପରେ ସ୍ୱର୍ଗଦ୍ୱାରର ବହୁତ କ୍ଷତି ହୋଇଥିଲା I ତେଣୁ ସ୍ୱର୍ଗଦ୍ୱାରର ସାମଗ୍ରୀକ ବିକାଶ କାମ ହାତକୁ ନେଇଛନ୍ତି ରାଜ୍ୟ ସରକାର I ଫୋନିକ୍ସ ଫାଉଣ୍ଡେସନ ସହଯୋଗରେ ଏହି ବିକାଶ କାର୍ଯ୍ୟ କରାଯିବ I ଶବ ଦାହ ଏବଂ ଶବ ବାହକଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ I ସବୁ ଋତୁରେ ସବୁ ସମୟରେ ଶବ ସତ୍କାର ର ବନ୍ଦୋବସ୍ତ କରାଯିବ I ଏହା ସହିତ ଅସ୍ଥି ସଂଗ୍ରହ , ଅସ୍ଥି ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ I ଏହି କାମକୁ ୬ ମଧ୍ୟରେ ଶେଷ କରିବକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି I ଏହାସହ ସ୍ୱର୍ଗଦ୍ୱାରରୁ ବିଜୁ ବାବୁଙ୍କ ସ୍ମୃତି ପୀଠ ହଟାଇବାକୁ ନିଷ୍ପତି ଘୋଷଣା କରିବାବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ , ବିଜୁବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି I ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ଉଦେଶ୍ୟରେ ଯାହା କିଛି ଥିଲା ତାହା ରାଜ୍ୟବାସୀଙ୍କ ସେବାରେ ଲାଗିବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More