କ୍ଷମା ମାଗିବି ନାହିଁ: ସୁର

0

ଭୁବନେଶ୍ବର: ନିକଟରେ ପିସିସି ସଭାପତି ପରିବର୍ତ୍ତନ ନେଇ ବିଧାୟକ ସୁରେଶ ରାଉତରାୟ ଗଣମାଧ୍ୟମକୁ କହିଥିଲେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଇସାରାରେ ପିସିସି ସଭାପତି ସ୍ଥିର ହୋଇଥାଏ। ଏଭଳି ମନ୍ତବ୍ୟ ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ବିଧାୟକ ଶ୍ରୀ ରାଉତରାୟଙ୍କୁ କାରଣ ଦର୍ଶାଅ ସମନ ଜାରି କରିଛନ୍ତି। କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ଆପଣ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଦଳର ସଭାପତି କିଏ ହେବେ ସେ ସଂକ୍ରାନ୍ତରେ ନବୀନ ବାବୁ ନିଷ୍ପତ୍ତି ନିଅନ୍ତି। ଏହି ଖବର ପ୍ରକାଶିତ ହେବା କଂଗ୍ରେସ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏଥିପାଇଁ ଦଳ ସମାଲୋଚିତ ହେବା ସହ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ଆପଣଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷେ ଏଭଳି ବୟାନ ଶୋଭା ପାଉନାହିଁ। କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ପ୍ରଦାନ କଲେ ସେ ସମ୍ପର୍କରେ ଉତ୍ତର ରଖିବାକୁ ସଭାପତି ନିର୍ଦେଶ ଦେଇଛନ୍ତି। ବିଧାୟକଙ୍କ ଉତ୍ତର ପାଇବା ପରେ ଏଆଇସିସିକୁ ଅବଗତ କରାଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସମନରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଓଡିଶା ପିସିସି ସଭାପତି ପରିବର୍ତ୍ତନ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଇସାରାରେ ହୋଇଥାଏ ବୋଲି ଶ୍ରୀ ରାଉତରାୟ ଗଣମାଧ୍ୟମ ସମ୍ମୁଖରେ ବୟାନ ଦେବା ପରେ ଏହାକୁ ନେଇ ଦଳକୁ ଅପ୍ରୀତିକର ପରିସ୍ଥିତି ସାମ୍ନା କରିବାକୁ ପଡିଥିଲା। ତେବେ ପିସିସି ସଭାପତିଙ୍କଠାରୁ କାରଣ ଦର୍ଶାଅ ସମନ ପାଇବା ସତ୍ତ୍ବେ ସୁର ତାଙ୍କ ବୟାନ ପାଇଁ ଅନୁତପ୍ତ ଥିବା ଭଳି ମନେ ହେଉନାହିଁ ବରଂ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପାଲଟା ଜବାବ ଦେଇ କହିଛନ୍ତି ଯେ, ତାଙ୍କ ପାଟିରୁ ଏହା ସ୍ଲିପ କରି ଯାଇଥିଲା। ହେଲେ କ୍ଷମା ମାଗିବି ନାହିଁ। ମୁଁ ଯାହା କହିଛି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସେୟା କହିଥିଲେ। ପ୍ରଥମେ ସେମାନେ କ୍ଷମା ମାଗନ୍ତୁ, ତା’ପରେ ମୁଁ ମାଗିବି। ଆ‌େ‌କ୍ରାଶମୂଳକ ଭାବେ ଏହି ସମନ ଦିଆଯାଇଥିବା ସେ କହିଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More