ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କର ଐତିହାସିକ ରାୟ

0

ଦୀର୍ଘ ଦିନ ଧରି ଲାଗିରହିଥବା ଅଯୋଧ୍ୟା ବିବାଦର ଅବସାନ କରି ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ଭାରତର ଇତିହାସରେ ସବୁଠୁ ଦୀର୍ଘ ସମୟ ଧରି ଚାଲିଥିବା ମାମଲାର ସମାଧାନ ପାଇଁ ନିର୍ଣ୍ଣାୟକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଆଧ୍ୟାତ୍ମିକ ସ୍ଥଳ ଅଯୋଧ୍ୟାର ରାମ ଜନ୍ମଭୂମିରେ ନିର୍ମାଣ ହେବ ରାମମନ୍ଦିର । ଆଜି ସୁପ୍ରିମକୋର୍ଟ ରାମମନ୍ଦିର ନିର୍ମାଣର ବାଟ ସଫା କରିଛନ୍ତି । ବିବାଦୀୟ ୨.୭୭ ଏକର ଜାଗାଟି ପ୍ରଭୁ ରାମଙ୍କର ଜନ୍ମଭୂମି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ଵରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ବର୍ଷ ବର୍ଷ ଧରି ଚାଲିଥିବା ଏହି ମାମଲାର ଶୁଣାଣି ୪୦ ଦିନରେ ଶେଷ ହୋଇଛି । ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି I ଏହା ସହିତ ମୁସଲିମ ପକ୍ଷକୁ ୫ ଏକର ଜାଗା ଅନ୍ୟତ୍ର ଯୋଗାଇଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ, କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାର ସୁନି ୱାକଫ ବୋର୍ଡକୁ ଅଯୋଧ୍ୟା ସହରର ଏକ ପ୍ରମୁଖ ଜାଗାରେ ୫ ଏକର ଜମି ପ୍ରଦାନ କରିବେ । ଏହା ସହିତ ମସଜିଦ ନିର୍ମାଣରେ ସହାୟତା କରିବେ । ସେହିପରି ବିବାଦୀୟ ସ୍ଥଳକୁ ରାମ ଜନ୍ମଭୂମି ନ୍ୟାସକୁ ପ୍ରଦାନ କରାଯିବ । ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ତିଆରି ଲାଗି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More