ଅନିଦ୍ରା ରୋଗରୁ ଆଜିଠାରୁ ମୁକ୍ତି , ପଢନ୍ତୁ ତାର କାରଣ ନିରାକରଣ ବିଷୟରେ

0

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ମଣିଷ କୌଣସି ନା କୌଣସି ରୋଗରେ ଆକ୍ରାନ୍ତ ହୋଇଥାଏ । କଥାରେ ଅଛି ଦେହ ଠାଏ ରୋଗ ଠାଏ । ଶରୀର ଅଛି ମାନେ ରୋଗ ଅଛି । ରୋଗ ହେଉଛି ମଣିଷର ବଡ ଶତ୍ରୁ । ସେଭଳି ଏକ ଶତ୍ରୁ ବିଷୟରେ ଜାଣିବା କେମିତି ତାକୁ ଦମନ କରିବା । ଆଜି ଆମେ ଅନିଦ୍ର ରୋଗ ଉପରେ ଆଲୋଚନା କରିବା । ବହୁତ ଲୋକ ଅଛନ୍ତି ଯାହାକୁ ରାତିରେ ଭଲରେ ନିଦ ହୁଏ ନାହିଁ ।ଯାଣିଛନ୍ତି କି ରାତିରେ ଭଲରେ ଯଦି ନିଦ ନହୁଏ ଦେହ ଅସୁସ୍ଥ ହୋଇଯିବ , ବେଳହୁଁ ସାବଧାନ ହୋଇଯାଆନ୍ତୁ । ଆଜି ଏହାର ନିରାକରଣର ୭ଟି ଉପାୟ ଉପସ୍ଥାପନା କରିବାକୁ ଯାଉଛୁ ।

  • ଆରାଧ୍ୟ ଦେବତାଙ୍କୁ ସ୍ମରଣ କରି ପ୍ରଣାମ ପୂର୍ବକ ନିଦ୍ରା ଗଲେ ସୁଖ ନିଦ୍ରା ହୋଇଥାଏ । ପଞ୍ଚଦେବତା ( ଶ୍ରୀ ଗଣେଷ, ଶ୍ରୀମାନ୍ ନାରାୟଣ, ଶ୍ରୀ ଶିବ, ମା ଦୁର୍ଗା, ଶ୍ରୀମନ୍ ସୂର୍ଯ୍ୟନାରାୟଣ)ଙ୍କୁ ସ୍ମରନ କରି ନିଦ୍ରା ଗଲେ ସୁଷ ନିଦ୍ରା ହୋଇଥାଏ । ଓଁ ଶ୍ରୀଗଣେଶାୟ ନମଃ , ଓଁ ନମଃ ଶିବାୟ , ଓଁ ନମୋ ଭଗବତେ ବାସୁଦେବାୟ , ଓଁ ଶ୍ରୀ ଦୁର୍ଗୟୈ ନମଃ / ଓଁ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈଃ ନମଃ , ଓଁ ଶ୍ରୀ ସୂର୍ଯ୍ୟନାରାୟଣାୟ ନମଃ , ଏହି ୫ ମନ୍ତ୍ରକୁ ଯଥା ସମ୍ଭବ ସ୍ମରଣ କରି ପିତାମାତଙ୍କୁ ସ୍ମରଣ କରି ନିଦ୍ରା ଗଲେ ସୁଖ ନିଦ୍ରା ହୁଏ ।
  • ପିଆଜ ରସ ଶୁଙ୍ଘିଲେ ନିଦ ହୁଏ । ପିଆଜ ଭାଜି ଓ ପୋଡି ଗୋଟା ଖାଇଲେ ରକ୍ତ ଓ କୋଷ୍ଟ ପରିଷ୍କାର ହୁଏ । ରାତ୍ରୀରେ ଅଧିକ ନିଦ ହୋଇଥାଏ ।
  • ସୁନୁସୁନିଆ ଶାଗ ଖରଡି ଖାଇଲେ, ଅନିଦ୍ରା ରୋଗରୁ ମୁକ୍ତି ମିଳେ । ଖାଇବେ କିନ୍ତୁ ବେଶି ଖାଇବେ ନାହିଁ ।
  • ଯାଷ୍ଟିମଧୁ, ମୁଥା, ସୈନ୍ଧବ, ଅଙ୍କରାନ୍ତି ଫଳ ଏକତ୍ର କ୍ୱାଥ କରି ଶୁଙ୍ଘିବ, ଏପରି କରିବା ଦ୍ୱାରା ଭଲ ନିଦ ଆସିଥାଏ ।
  • ମରିଚ, ମହୁ, ଶୁଣ୍ଠି ଏକତ୍ର ବାଟି ଶୁଙ୍ଘିଲେ ଅନିଦ୍ରା ରୋଗରୁ ନିରାକରଣ ମିଳିଥାଏ ।
  • ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ଗୋଡ ଧୋଇ ଭଲ ଭାବରେ ଗାମୁଛାରେ ପୋଛି ଫୁଟା ସୋରିଷ ତେଲ ତଳି ପାଦରେ ଘସି ଶୋଇଲେ ଭଲ ନିଦ ହୋଇଥାଏ ।
  • ଶାଗ ଖାଇଲେ ( ସଜନା, ପୁରୁଣୀ, ସୁନୁସୁନିଆ ଆଦି ଶାଗ ) ସୁଖ ନିଦ୍ରା ଆସିଥାଏ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More