ଗାନ୍ଧୀ ପରିବାରକୁ ମିଳିବନି ଏସପିଜି ସୁରକ୍ଷା

0

କଂଗ୍ରେସ ଅଧକ୍ଷ ସୋନିଆ ଗାନ୍ଧୀ , ତାଙ୍କ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳୁଥିବା ଏସପିଜି ସୁରକ୍ଷା ବ୍ୟବସ୍ଥାକୁ କେନ୍ଦ୍ର ସରକାର ପ୍ରତ୍ୟାହର କରିନେଇଛନ୍ତି I ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରିବାର ସଦସ୍ୟ ଭାବେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ରହିଥିବା ବିପଦକୁ ଆଧାର କରି ସେମାନଙ୍କୁ ଏସପିଜି ସୁରକ୍ଷା ଦିଆଯାଉଥିଲା । ମାତ୍ର ବର୍ତ୍ତମାନ ଏମାନଙ୍କ ଠାରୁ ଏସପିଜି ସୁରକ୍ଷା ହଟାଯିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଗୃହ ମନ୍ତ୍ରଣାଳୟର ସୁରକ୍ଷା ସମୀକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏବେଠାରୁ କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏସିପିଜି ସୁରକ୍ଷା ବ୍ୟବସ୍ଥା ରହିବ । ଏବେ ଏସପିଜି ବଦଳରେ ସୋନିଆଙ୍କୁ ସିଆରପିଏଫ ଦ୍ୱାରା ଜେଡ ପ୍ଲସ ସୁରକ୍ଷା ଯୋଗାଇଦିଆଯିବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More