ମୟୂରଭଞ୍ଜ : ହତ୍ୟା କରିବା ପରେ ପୁଅ ସରୋଜ ନାୟକ ଫେରାର ୧୦୦ ଟଙ୍କା ପାଇଁ ମାଆକୁ ପିଟିପିଟି ହତ୍ୟା କଲା ପୁଅ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ହାଟପଡ଼ିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ସରୋଜ ନାଏକ ନିଜ ମାଆ ଶାଳନ୍ଦୀ ନାଏକଙ୍କୁ ମଦ ପିଇବା ପାଇଁ ୧୦୦ ଟଙ୍କା ମାଗିଥିଲା । ମାଆ ଟଙ୍କା ନଦେବାରୁ ଠେଙ୍ଗାରେ ପିଟିପିଟି ମାରିଦେଲା ପୁଅ । ହତ୍ୟା କରିବା ପରେ ଫେରାର୍ ହୋଇଯାଇଛି ସରୋଜ । ଖବର ପାଇଁ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଦେଇଛି । ପରିବାର ଲୋକଙ୍କ କହିବା ଅନୁସାରେ ପୂର୍ବରୁ ମଧ୍ୟ ସରୋଜ ଅନେକ ଥର ଘରେ ଗଣ୍ଡଗୋଳ କରିଥିଲା ।