ଶିବରାଜ ହେବେ ବିଧାୟକ ଦଳ ନେତା

0

ଭୋପାଳ : ମଧ୍ୟ ପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଖୁବ ଶୀଘ୍ର ପଡିପାରେ ଯବନିକା । କାରଣ ଶିବରାଜ ସିଂ ଚୈହାନଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବାକୁ ସ୍ଥିର କରିସାରିଛି । ଔପଚାରିକ ଘୋଷଣା କେବଳ ବାକି ଅଛି।ସେ ଆସନ୍ତା ୨୫ ତାରିଖରେ ଶପଥ ନେଇପାରନ୍ତି ।
କମଳ ନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତ ହେଉଛି । ହେଲେ ସାରା ଦେଶ ଏବେ କରୋନା ସହ ଲଢ଼ୁଥିବାରୁ ସରକାର ଗଠନରେ ମଧ୍ୟ ଶିଥିଲତା ଦେଖାଦେଇଛି । ମିଳିଥିବା ସୂଚନା ଅନୁସାରେ ୨୪ ତାରିଖ ସନ୍ଧ୍ୟାରେ ବିଜେପିର ବିଧାୟକ ଦଳ ବୈଠକ ବସିବ । ଏବଂ ସେଠାରେ ଶିବରାଜଙ୍କୁ ବିଧାୟକ ଦଳ ନେତା ଭାବରେ ଘୋଷଣା କରାଯିବ । ଏହାସହ ସେହି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More