ସେଲଫି ହେଲା କାଳ : ଭାସିଗଲେ ଦୁଇ ଭଉଣୀ

0

ସେଲ୍ଫି ହେଲା କାଳ । ଗାଧୋଇବାକୁ ଯାଇ ସେଲ୍ଫି ନେଉଥିବା ବେଳେ ବୁଡିଗଲେ ଦୁଇ ଭଉଣୀ । ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛି । ଏଭଳି ଅଘଟଣ ଘଟିଛି ସଦର ଥାନା ଖରଶ୍ରୋତା ନଦୀର ତନ୍ତିଘାଇ ଠାରେ । ସ୍ଥାନୀୟ ଏରବାଙ୍କ ଗ୍ରାମର ୨ ସମ୍ପର୍କୀୟ ଭଉଣୀ ନିକଟସ୍ଥ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ଫଟୋ ଉଠାଉଥିବା ବେଳେ ଉଭୟ ନଦୀ ଭିତରକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ନାଜରିନ ବେଗମ ୧୯ଙ୍କୁ ଉଦ୍ଧାର କରିଥିବା ବେଳେ ସାଇସ୍ତା ବେଗମ ୧୭ ଏବେବି ନିଖୋଜ ଅଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More