ସେସୁ ଅଫିସ ଅଚାନକ ଗସ୍ତ କରିବା ପରେ ଗତକାଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଡ଼ିଶା ଜଳ ବିଦ୍ୟୁତ ନିଗମ କାର୍ଯ୍ୟ ସମୀକ୍ଷା କରିବାକୁ ଜଳ ବିଦ୍ୟୁତ ନିଗମ ଅଫିସରେ ପହଞ୍ଚିଥିଲେ .,.

0

ଭୁବନେଶ୍ୱର : ଗତକାଲି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଜଳ ବିଦ୍ୟୁ୍ତ ନିଗମ ମୁଖ୍ୟ କାର୍ଯ୍ୟାଳୟ ଯାହାକି ଗତ ୨୦ବର୍ଷ ଧରି ପୋଲିସ ହାଉସିଙ୍ଗ କର୍ପୋରେସନ ଅଫିସରେ ଚାଲୁ ଛି ସେଠାରେ ପହଞ୍ଚି ମନ୍ତ୍ରୀ ଜଳ ବିଦ୍ୟୁତ ନିଗମ ଅଧିନରେ ଥିବା ୭ଟି ଜଳ ବିଦ୍ୟୁତ ପ୍ରକଳ୍ପ ବୁର୍ଲା,ଚିପିଲିମା,ରେଙ୍ଗାଲି, ଅପରକୋଲାପ, ଅପର ଇନ୍ଦିରାବତୀ,ବାଲିମେଳା,ଇତ୍ୟାଦିର ରକ୍ଷଣବେକ୍ଷଣ ଓ ଭବିଷ୍ୟତ ଉନ୍ନତିକରଣ ଓ କାର୍ଯ୍ୟ ଦକ୍ଷତା ବୃଦ୍ଧି ଉପରେ ସମୀକ୍ଷା କରିଛନ୍ତି । ଜଳ ବିଦ୍ୟୁତ ନିଗମ ଏକ ଲାଭକାରୀ ସଂସ୍ଥା ହୋଇଥିବାରୁ ମନ୍ତ୍ରୀ ଏହାକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଜଳ ବିଦ୍ୟୁତ ନିଗମର କ୍ଷମତା ବୃଦ୍ଧି କରିବା ପାଇଁ ପଦକ୍ଷପ ନେବାକୁ ପରାମର୍ଶ ଦେଇଥିଲେ । ଏହାଛଡ଼ା କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ କି କି ପଦକ୍ଷପ ନିଆଯାଇଛି ତାହା ମଧ୍ୟ ପଚାରି ବୁଝିଥିଲେ । ଏହି ସମୟରେ ଶକ୍ତି ସଚିବ ଓ ଓଏଚପିସିର ସିଏମଡ଼ି ବିଷ୍ଣୁବଦ ସେଠୀ , ପ୍ରଭାକର ମହାନ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More