ଆଜିଠୁ ପୁଣି ଆରମ୍ଭ ହେଲା ଟିକାକରଣ : ଦ୍ୱିତୀୟ ଦିନରେ ୩୧ ହଜାର ୯୦୨ ଜଣଙ୍କୁ ଟିକା ଦିଆଯିବା ଲକ୍ଷ୍ୟ ରଖାଯାଇଛି

0

ଭୁବନେଶ୍ୱର : ରାଜ୍ୟରେ ଗତ ୧୬ ତାରିଖ ଦିନ ୧୬୧ଟି କେନ୍ଦ୍ରରେ ଟିକାଦାନ ଆରମ୍ଭ ହୋଇଥିଲା I ରବିବାର ଟୀକା ଦାନ ବନ୍ଦ ରଖାଯାଇଥିଲା I କାରଣ ପାଶ୍ୱର୍ ପ୍ରତିକ୍ରିୟା ହେଲେ, ଏହାର ମୁକାବିଲା ପାଇଁ ରବିବାର ଟିକାଦାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା ସ୍ୱାସ୍ଥ୍ୟ ବିଭାଗ । ତେଣୁ ଆଜି ଦ୍ୱିତୀୟ ଦିନ ଟୀକାକରଣ ଆରମ୍ଭ ହୋଇଛି I ଏହି ସଂଖ୍ୟା ୩୮୦କୁ ବଢ଼ାଯାଇଛି । ପ୍ରଥମ ଦିନରେ ୧୬ ହଜାର ୪୦୫ ଜଣଙ୍କୁ ଟିକାଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସୋମବାର ଏହାକୁ ୩୧ ହଜାର ୯୦୨କୁ ବୃଦ୍ଧି କରାଯାଇଛି ।
ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ୧୬୯୮ଟି ସେସନରେ ୧ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । କେଉଁ ଦିନ କେତେ ସେସନରେ ଟିକାକରଣ ହେବ ତାହା ମଧ୍ୟ ନିର୍ଦ୍ଧାରିତ ହୋଇସାରିଛି । ତାଙ୍କର ସୂଚନା ଅନୁଯାୟୀ, ୧୯ ତାରିଖରେ ୧୯୨ଟି, ୨୦ ତାରିଖରେ ୯୨ଟି, ୨୧ ତାରିଖରେ ୪୩୬ଟି, ୨୨ ତାରିଖରେ ୧୪୧, ୨୩ ତାରିଖରେ ୧୭୮ଟି ଓ ୨୫ ତାରଖରେ ୨୭୯ଟି ସେସନ ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More