ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ରକ୍ଷା କରିବା ସହିତ ଓଡ଼ିଆ ଜାତିକୁ ଆଜି ଏହି ସ୍ଥାନରେ ପହଞ୍ଚାଇବାରେ ଯେଉଁ ରାଜା ମାନଙ୍କର ଅବଦାନ ରହିଛି ସେଥିମଧ୍ୟରେ ବାମଣ୍ଡାର ରାଜା ସାର ବାସୁଦେବ ସୁଢଳ ଦେବ ଅନ୍ୟତମ I ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡିଶା ଅପଡେଟ ତରଫରୁ ତାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାମପାନ କରାଯାଉଛି I

0

ଭୁବନେଶ୍ୱର : ଓଡ଼ିଶାର ଭାଷା , ସାହିତ୍ୟ ଓ ସଂସ୍କୃତି ବଞ୍ଚାଇ ରଖିଥିବା କ୍ଷେତ୍ରରେ ଯେଉଁ କେତେ ଜଣ ରାଜାଙ୍କର ଅବଦାନ ରହିଛି , ସେମାନଙ୍କ ମଧ୍ୟରେ ମୟୁରଭଞ୍ଜର ମହାରାଜା ରାମଚନ୍ଦ୍ର ଭଞ୍ଜଦେବ , ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ନାରାୟଣ ଗଜପତି ଓ ବାମଣ୍ଡାର ରାଜା ସାର ବାସୁଦେବ ସୁଢଳ ଦେବ ଥିଲେ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ I ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଓଡିଶା ଅପଡେଟ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାମପାନ କରାଯାଉଛି I
୧୮ ବର୍ଷା ବୟସରେ ସେ ବାମଣ୍ଡା ରାଜସିଂହଂସନାରେ ବସିଥିଲେ I ରାଜ୍ୟଭାର ଗ୍ରହଣ ସଂଗେ ସଂଗେ ବାସୁଦେବ ରାଜ୍ୟର ସର୍ବାଙ୍ଗୀନ ଉର୍ନତି ସମାଧାନର ମନୋନିବେଶ କରିଥିଲେ I ଚାଷଜମିର ଉକର୍ଷତା ବୃଦ୍ଧି ଓ ଚାଷୀମାନଙ୍କ ଅବସ୍ଥାରେ ଉର୍ନତିକୁ ପ୍ରାଥମିକତା ଦେଇଥିଲେ I କୃଷି ଉପଯୋଗୀ ଜମିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରି କିସମୱାରୀ ରାଜ କର ନିର୍ଧାରିତ କରିଥିଲେ I ଏହା ଦ୍ୱାରା ବାମଣ୍ଡା ରାଜ୍ୟର ଆୟ ତିନି ଗୁବନ ବଢିଥିଲା I କ୍ରମେ ପୁଲିସ , ଜଙ୍ଗଲ , ଶାସନ ଓ ବଚାର ବିଭାଗରେ ସ୍ୱତନ୍ତ୍ର ବିଭାଗ ଖୋଲିଥିଲେ I ତାଙ୍କ ଦ୍ୱାରା ବାମଣ୍ଡାରେ କରତ କଳ, ଚିନି କଳ , ଲୁଗା କଳ ଆଦି ପ୍ରତିଷ୍ଠିତ ହୋଇଥିଲା I ତାଙ୍କରି ଉଦ୍ୟମରେ ବାମରା ରେଳ ଷ୍ଟେସନ ସ୍ଥାପିତ ହୋଇଥିଲା I ବାସୁଦେବ ଥିଲେ ଓଡ଼ିଆ ଭାଷା , ସାହିତ୍ୟ , ସଂସ୍କୃତିପ୍ରେମୀ ଶାସକ I ଓଡ଼ିଆ କବି ଓ ସାହିତ୍ୟିକମାନଙ୍କୁ ସେ ଉତ୍ସାହିତ କରିଥିଲେ . ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଛାପା କାରଖାନ ସ୍ଥାପନ କରିଥିଲେ ଏବଂ ତାଙ୍କ ପୃଷ୍ଠପୋଷକତାରେ ‘ସମ୍ବଲପୁର ହିତୈଷୀନି’ ପ୍ରକାଶିତ ହୋଇଥିଲା I ସେ ନିଜେ ଜଣେ ଉଚ୍ଚକୋଟୀର କବି ଥିଲେ I ସ୍ୱତନ୍ତ୍ର ଉତ୍କଳ ସମ୍ମିଳନୀର ୧୯୦୩ରେ ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିବା ଲାଗି ମଧୁବାବୁ ତାଙ୍କୁ ନିମନ୍ତ୍ରଣ କରିଥିଲେ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More