ସାନନଈରୀ ଗ୍ରାମ ପଞ୍ଚାୟତର ୨୪ ଜଣିଆ କମିଟି ଦ୍ୱାରା ଜନସଧାରଣଙ୍କୁ କରୋନା ସଚେତନତା କାର୍ଯ୍ୟକ୍ରମ

0

ବର୍ତ୍ତମାନ କରୋନାର ମହାମାରୀର ଦ୍ୱିତୀୟ ଲହର ରାଜ୍ୟରେ ଦ୍ରୁତ ଗତିରେ ମାଡି ଚାଲିଛି I ଯାହା ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି I ଏହି ମହାମାରୀରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାର ବିଭିନ୍ନ କୋଭିଡି ଗାଇଡ଼ ଲାଇନ ଲକ ଡାଉନ,ସଟ ଡାଉନ,ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା,ସାବୁନରେ ବାରମ୍ବାର ହାତ ଧୋଇ ସାନିଟାଇଜର ବ୍ୟବହାର କରିବା ଇତ୍ୟାଦି ପ୍ରସ୍ତୁତ କରିଥିଲେ ମଧ୍ୟ ଏହାକୁ ଅନେକ ଅମାନିଆ ଲୋକ ବେଖାତିର କରି ଏହି ନିୟମ ମାନୁନାହାନ୍ତି I ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅନ୍ତର୍ଗତ ସାନନଈରୀ ଗ୍ରାମ ପଞ୍ଚାୟତର ଏକ ୨୪ ଜଣିଆ କମିଟି ଗଠନ କରି ପ୍ରତେକ ଗାଁ ବୁଲି ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ସରକାରଙ୍କ କୋଭିଡି-୧୯ ନିୟମକୁ ଅନୁପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷାକରିବା ,ମାସ୍କ ପିନ୍ଧିବା,ସାବୁନରେ ବାରମ୍ବାର ହାତ ଧୋଇ ସାନିଟାଇଜର ବ୍ୟବହାର କରିବା ଓ ଲକ ଡାଉନ,ସଟ ଡାଉନ ସମୟରେ ଦୋକାନ ବଜାର ବନ୍ଦ ରଖିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିବା ସମ୍ପର୍କରେ ସଂଗଠନର ସମ୍ପାଦକ ରାଜ କିଶୋରେ ଖଟେଇ ସୂଚନା ଦେଇଛନ୍ତି I

ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ସାହୁ ,ରାଜ କିଶୋରେ ଖଟେଇ ,ବଳରାମ ଜେନା ,ବିଭୁ ପ୍ରସାଦ ମହାପାତ୍ର ,ଶଶିକାନ୍ତ ସାହୁ, ବିନୋଦ ବିହାରୀ ସୁବୁଦ୍ଧି, ତ୍ରିନାଥ ବେହେରା ,ନିରଞ୍ଜନ ସାହୁ, ନିବାସ ସାହୁ, ନିଲୁ ବିଶୋଇ, ଦୁଃଶାସନ ସାହୁ, ବିଟୁ ମହାପାତ୍ର ,ରଘୁନାଥ ମହାରଣା, ଧନଞ୍ଜୟ ସାହୁ, ଚିତ୍ତରଞ୍ଜନ ମହାପାତ୍ର ,ରମାକାନ୍ତ ସାହୁ, ସଞ୍ଜୟ କୁମାର ସାହୁ, ପ୍ରଶାନ୍ତ କୁମାର ମହାପାତ୍ର ,ଦୀପକ କୁମାର ସେଠି,କଣ୍ଡୁରୀ ବାରିକ ,ସୁବାଷ ସାହୁ ,ରତିକାନ୍ତ ସାହୁ ,ଭଗି ଜେନା ଓ ରବୀନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More