ସାଲିଆ ବସ୍ତି ଉଛେଦ ପ୍ରତିବାଦରେ ବିଧାନସଭା ଅଭିମୁଖେ ବିରାଟ ରାଲି : ବିନା ନୋଟିସରେ ବଳପୂର୍ବକ ସାଲିଆ ସାହି ଉଛେଦ ଅଭିଯୋଗ

0

ଭୁବନେଶ୍ୱର : ଆଜି ସାଲିଆ ସାହିରେ ବସ୍ତି ବାସିନ୍ଦାମାନେ ବସ୍ତି ଉଛେଦ ପ୍ରତିବାଦରେ ତାତି ଛନ୍ତି I ବିନା ନୋଟିସରେ ବଳପୂର୍ବକ ସାଲିଆ ସାହି ଉଛେଦ କରୁଥିବା ପ୍ରତିବାଦରେ ବସ୍ତି ବାସିନ୍ଦାମାନେ ରାଲି କରିଛନ୍ତି I ବିଧାନସଭା ଅଭିମୁଖେ ସାଲିଆ ସାହି ବସ୍ତି ବାସିନ୍ଦା I ରାଲି ଯୋଗୁଁ ରାଜଧାନୀ ରାସ୍ତା ଯାମ I ଦାବି ପୁରାଣ ଜିଦରେ ସଲିଆ ସାହି ବସ୍ତି ବାସିନ୍ଦା I ବିଧାନସଭା ଘେରାଉ କରିଛନ୍ତି ବସ୍ତି ବାସିନ୍ଦା I ଆନ୍ଦୋଳନକୁ ତୀବ୍ର କରିବାକୁ ଏକାଠି ହୋଇଛନ୍ତି ବସ୍ତି ବାସିନ୍ଦା I
ସ୍ମାର୍ଟ ସିଟି ପାଇଁ ସାଲିଆସାହି ବସ୍ତି ଭାଙ୍ଗୀବାକୁ ନିଷ୍ପତି ନେଇଛି ଭୁବନେଶ୍ୱର ମହାନଗର ନିଗମ । ଯେହେତୁ ସାଲିଆସାହି ଭିତରେ ୩ଟି ପ୍ରସସ୍ତ ରାସ୍ତାକୁ ମୁଖ୍ୟ ରାସ୍ତାକୁ ଯୋଡ଼ାଯିବ ତେଣୁ ସାଲିଆସାହିକୁ ଭାଙ୍ଗୀବାକୁ ନିଷ୍ପତି ନେଇଛି ମହାନଗର ନିଗମ । ଗୋଟିଏ ଦୁଇଶହ ଫୁଟ୍ ର ରାସ୍ତା ନୟାପଲ୍ଲୀ ରୋଡ୍ ରୁ ବାହାରି ନାଲକୋ ଛକରେ ବାହାରିବ । ଅନ୍ୟ ଦୁଇଟି ଶହେ ଫୁଟିଆ ରୋଡ୍ ମଧ୍ୟ ବସ୍ତି ଭିତରେ ଯିବା ଯୋଜନା ରହିଛି । ମହାନଗର ନିଗମର ଏହି ନିଷ୍ପତିକୁ ବିରୋଧ କରିବା ଲାଗି ଏକାଠି ହୋଇଛନ୍ତି ହଜାର ହଜାର ବସ୍ତି ବାସିନ୍ଦା I ସାଲିଆ ସାହି ବସ୍ତି ବାସିନ୍ଦା କହିଛନ୍ତି ମରିବୁ ପଛେ ଜାଗା ଛାଡ଼ିବୁ ନାହିଁ । ଉଚ୍ଛେଦ କଲେ ଗୋଟିଏ ପରିବାରକୁ ୬ଶହ ବର୍ଗଫୁଟ୍ ଜାଗା ଯେଗାଇଦେବାକୁ ଦାବି ରଖିଛନ୍ତି ବସ୍ତି ବାସିନ୍ଦା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More