ସାବାସ ସୁଶାନ୍ତ : ଦୁଇ ଦୁଇଟି ଜୀବନ ବଞ୍ଚଇ ସୋସିଆଲ ମିଡିଆରେ ସାଜିଲେ ହିରୋ

0

ପୁଣି ଚର୍ଚାରେ ମନ୍ତ୍ରୀ ସୁଶାନ୍ତ ସିଂ । ଗ୍ରାମ୍ୟ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ମହତ କାର୍ଯ୍ୟପାଇଁ ଚାରିଆଡେ ତାଙ୍କର ଗୁଣଗାନ । ସେବା ଓ ମାନବିକତାକୁ ପାଥେୟ କରି ସୁଶାନ୍ତ ସବୁବେଳେ ଗରିବ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଯଦି କୌଣସି ଲୋକ ଅସୁବିଧାରେ ଥାଏ, ଆଉ ସେ ଖବର ସୁଶାନ୍ତଙ୍କ ପାଖରେ ପହଞ୍ଚେ, ତେବେ ସେ ଚୁପ ହୋଇ ବସିପାରନ୍ତି ନାହିଁ । ସେ ତାଙ୍କ ନିର୍ବାଚନ ମଣ୍ଡଳୀ ଭଟଲିର ଭୋଟର ହୁଅନ୍ତୁ ଅବା ଓଡ଼ିଶାର ଯେକେହି ବ୍ୟକ୍ତି, ତାଙ୍କୁ ସାହାର୍ଯ୍ୟ କରିବାପାଇଁ ଆଗେଇ ଆସନ୍ତି ସୁଶାନ୍ତ ।

ଶନିବାର ରାତିରେ ରାଜ୍ୟ କ୍ୟାବିନେଟ ବୈଠକ ସାରି ମନ୍ତ୍ରୀ ସୁଶାନ୍ତ ସିଂ ଭୁବନେଶ୍ୱରରୁ ନିଜ ନିର୍ବାଚନ ମଣ୍ଡଳୀକୁ ଫେରୁଥିଲେ । ହଠାତ ଦେଖିଲେ ବୋଲଗଡ ରାସ୍ତାରେ ଦୁଇଜଣ ଫୁର୍ଘଟଣା ଗ୍ରସ୍ତ ହୋଇ ପଡିଛନ୍ତି । ସଙ୍ଗେ ସଙ୍ଗେ ଗାଡି ଅଟକାଇଥିଲେ ସୁଶାନ୍ତ । କାଳବିଳମ୍ବ ନକରି ରକ୍ତରେ ଜୁଡୁବୁଡୁ ହୋଇଥିବା ଦୁଇଜଣ ଆହତଙ୍କୁ ଡ୍ରାଇଭର ଓ ପିଏସଓଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତି କରିଥିଲେ ଓ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଇଥିଲେ । ଆଉ ଏହି ଖବର ସୋସିଆଲ ମିଡିଆରେ ଭାଇରଲ ହେବାପରେ ହିରୋ ପାଲଟି ଯାଇଛନ୍ତି ଗ୍ରାମ୍ୟ ଉର୍ଣ୍ଣୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ।

କେବଳ ଏହି ଘଟଣା ନୁହେଁ, ଏପରି ଅନେକ ଘଟଣା ଘଟିଛି ଯେଉଁଥିରେ ସୁଶାନ୍ତ ଲୋକମାନଙ୍କର ସେବାକୁ ଅତି ଗୁରୁତର ସହ ଭାବି ସହାୟତାର ହାତ ବଢ଼ାଇଛନ୍ତି । ଯେମିତି ରାଜନୀତିକୁ ସୁଶାନ୍ତ ଆସିଛନ୍ତି କେବଳ ସେବା ପାଇଁ । ସୁଶାନ୍ତଙ୍କର ଏଭଳି ଆଚରଣ କେବଳ ତାଙ୍କ ନିର୍ବାଚନ ମଣ୍ଡଳୀ ଭଟଲିରେ ତାଙ୍କୁ ଲୋକପ୍ରିୟ କରାଇନାହିଁ ବରଂ ସାରା ଓଡ଼ିଶାରେ ତାଙ୍କର ଲୋକପ୍ରିୟତା ଧୀରେଧୀରେ ବଢ଼ିବାରେ ଲାଗିଛି । ସେ ମଧ୍ୟ ଜଣେ ଦୃଢ ସଂଗଠକ । ଯେଉଁଥିପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପରେ ନବୀନଙ୍କର ଅତି ବିଶ୍ଵସ୍ଥ ସାଜିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More