ଇସ୍ରୋ କୁ ଆଉ ଏକ ସଫଳତା ମିଳିଛି I ଭାରତୀୟ ଗୁଇନ୍ଦା ବିଭାଗ ଶତ୍ରୁର ଗତିବିଧି ଉପରେ କଡାକଡି ନଜର ରଖିବା ପାଇଁ ଆସନ୍ତାକାଲି ଅପରାହ୍ନ ୩ଟା ୨୫ସମୟରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ RISAT-2BR1ର ସଫଳ ଉତ୍କ୍ଷେପଣ କରାଯାଇଛି । PSLV – C 48 ଜରିଆରେ ସଫଳତାର ସହ ଏହାକୁ ଉତକ୍ଷେପଣ କରାଯାଇଛି । ଦେଶର ସୁରକ୍ଷାକୁ ସୁଦୃଢ଼ କରିବା ସହ ସୀମା ଉପରେ ଏହା ରାଡ଼ାର ଦ୍ୱାରା କଡ଼ା ନଜର ରଖିବାକୁ ସକ୍ଷମ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।