ବିଶିଷ୍ଟ ଶିକ୍ଷାବିତ, ଲେଖକ, ବିଶେଷ ଭାବରେ ଓଡ଼ିଶାର ନିଜସ୍ୱ ପାଲା ସଂସ୍କୃତିକୁ ବଞ୍ଚାଇ ରଖିଥିବା ଜଗନ୍ନାଥ ଚେତନାର ବରିଷ୍ଠ ନାୟକ ପଦ୍ମଶ୍ରୀ ରଜତ କୁମାର କର ଆଉ ନାହାନ୍ତି |
lokashakti bureau
ଓଡ଼ିଆ ଜାତିର ତଥା ଜଗତର ନାଥ ଜଗନ୍ନାଥଙ୍କର ଅବିରତି ପ୍ରଚାରକ ବିଶିଷ୍ଟ ଭକ୍ତ ଓଡ଼ିଶାର ନିଜସ୍ୱ ପାଲା ସଂସ୍କୃତିକୁ ବଞ୍ଚାଇ ରଖିବା କ୍ଷେତ୍ରରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଥିବା ବାଗ୍ମୀ ପୁରୁଷ ଶ୍ରୀ ରଜତ କୁମାର କର ଆଉ ନାହାନ୍ତି | ଗତ କାଲି ଭଞ୍ଜ ସାହିତ୍ୟ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା | ହେଲେ ଡାକ୍ତର ତାଙ୍କୁ ମୁର୍ତ୍ୟୁ ଘୋଷଣା କରିଥିଲେ | ତାଙ୍କର ଶେଷକୃତ୍ୟ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗଦ୍ୱାରରେ ହେବାର କାର୍ଯ୍ୟକ୍ରମ ରହିଛି | ସ୍ବର୍ଗତ କରଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ଲୋକଶକ୍ତି ସମ୍ବାଦପତ୍ର ,ଲୋକଶକ୍ତି ଟିଭି ତଥା ଓଡିଶା ଅପଡେଟ ନ୍ୟୁଜର ସମ୍ପାଦକ ଶ୍ରୀ ରମେଶ ଶତପଥୀ |