ମୁସଲମାନ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ରିଭ୍ୟୁ ପିଟିସନ ଦାଖଲ

0

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ଓ ବାବ୍ରି ମସଜିଦ ମାମଲାର ରିଭ୍ୟୁ ପିଟିସନ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଛି ମୁସଲମାନ ସଂଗଠନ ଜାମିୟାତ ଉଲେମା-ଏ-ହିନ୍ଦ I ଗତ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲା ତାଙ୍କର ରାୟ ପ୍ରକାଶ କରିଥିଲେ I କିନ୍ତୁ ମୁସଲମାନ ସଂଗଠନ ଏହି ରାୟ ରେ ସନ୍ତୁଷ୍ଟ ନଥିଲେ I ବହୁ ଆଲୋଚନ ଓ ପର୍ଯ୍ୟାଲୋଚନା ପରେ ସୋମବାର ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ପୁନର୍ବିଚାର ଲାଗି ଜମିୟତ ଉଲେମା-ଏ-ହିନ୍ଦ ନାମକ ମୁସଲମାନ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ ଦାଖଲ କରାଯାଇଛି ।
ସଂଗଠନର ମୁଖ୍ୟ ମୌଲାନା ଅରଶଦ ମଦନୀଙ୍କ ନେତୃତ୍ଵରେ ଗଠିତ ଏହି ପ୍ୟାନେଲ ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ଦେବା ଲାଗି ପୁନର୍ବିଚାର ଆବେଦନ କରାଯିବାର ଆବଶ୍ୟକତାକୁ ଦେଖି ସୁପାରିସ କରିଥିଲା । ଏହା ପରେ ସଂଗଠନ ପକ୍ଷରୁ ରିଭ୍ୟୁ ପିଟିଶନ ଦାଖଲ କରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More