ଦଳକୁ ଫେରିବେ ଶ୍ରୀକାନ୍ତ

0

ଭୁବନେଶ୍ୱର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା I ଓଡ଼ିଶାର ଜଣେ ଚର୍ଚିତ ଚେହେରା I ଦୁଇବର୍ଷ ହେବ କଂଗ୍ରେସରୁ ବିଦା ହୋଇଛନ୍ତି I ପୁଣି ଥରେ ସେ କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି I କଂଗ୍ରେସ ସ୍ଥିତିକୁ ମଜବୁତ କରିବା ପାଇଁ ଦଳକୁ ଶ୍ରୀକାନ୍ତର ଆଵଶ୍ୟକତା ରହିଛି ବୋଲି କିଛି କଂଗ୍ରେସ ନେତାଏ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି I ଶ୍ରୀକାନ୍ତ ମଧ୍ୟ ଦିଲ୍ଲୀରେ ରହି ଦଳର ବରିଷ୍ଠ ନେତାଙ୍କ ସହ ଯୋଗାଯୋଗ କରୁଛନ୍ତି I ଅତି ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ନିରଞ୍ଜନ ପିସିସି ସଭାପତି ପଦରୁ ହଟିଲେ ଶ୍ରୀକାନ୍ତ ଦଳକୁ ଫେରିବା ପାଇଁ ରାଜି ବୋଲି ଜଣାପଡିଛି I ତେବେ ଶ୍ରୀକାନ୍ତଙ୍କୁ ଓଡିଶା କଂଗ୍ରେସର ଗୋଟେ ନିର୍ଦ୍ଧିଷ୍ଟ ଗୋଷ୍ଠୀ ବିରୋଧ କରୁଛନ୍ତି I ତେଣୁ ଶ୍ରୀକାନ୍ତ କିଭଳି ଦଳକୁ ଫେରିବେ ସେ ଚର୍ଚ୍ଚା ମଧ୍ୟ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ହେଉଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More